ମାଳତିବାଡି ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ

ପୋଲସରା :ମାଳତିବାଡ଼ି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଡୁକିଶୋର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ତ୍ରିଲୋଚନ ତ୍ରିପାଠୀ, ଜିଲ୍ଲା ପରିଷଦ ସଦସ୍ୟା ସୁଚିତ୍ରା ବିଷୋୟୀ, ମନ୍ଦାର ସରପଞ୍ଚ କାଳୀ ଚରଣ ନାୟକ, ସମାଜସେବୀ ଅଶୋକ କୁମାର ବିଷୋୟୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁରଲୀଧର ନନ୍ଦ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ଅତିଥି ବୃନ୍ଦ ପ୍ରତିଯୋଗୀତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପରିଚାଳନାରେ ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀକାନ୍ତ ସାହୁ ବିଦ୍ୟାଳୟର ଏକ ନୂତନ ଶ୍ରେଣୀ ଗୃହକୁ ଉଦଘାଟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ