ମହିଳା ଦିବସ ଅବସରରେ ନାରୀ ଶକ୍ତି ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ପ୍ରଚେଷ୍ଟାରେ ସଫଳତା ପାଇଥିବା ମହିଳାଙ୍କୁ ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି ମନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାଙ୍କୁ ‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ମଶରୁମ୍ ମହିଳା ନାମରେ ବିଖ୍ୟାତ ବୀଣା ଦେବୀଙ୍କୁ ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ କରିଛନ୍ତି। ଏତଦ୍ବ୍ୟତୀତ ଇଣ୍ଡିଆନ ଏୟାରଫୋର୍ସର ଫାଇଟର ପାଇଲଟ୍ ମୋହନା ଜିତରଓ୍ବାଲା, ଅବନୀ ଚତୁର୍ବେଦୀ ଓ ଭାବନା କଣ୍ଠଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି । ସେହିପରି ୧୦୪ ବର୍ଷୀୟା ଆଥଲେଟ ମାନ କୌର, ୧୦୫ ବର୍ଷୀୟା ଭାଗିରଥୀ ଅମ୍ମା, ୯୫ ବର୍ଷୀୟା କାରଥଲୀ ଆମ୍ମା, ମହିଳା କୃଷକଙ୍କ ପାଇଁ ପ୍ରେରଣା ପାଲଟିଥିବା ଆନ୍ଧ୍ରପ୍ରଦେଶର ପାଳଦା ଭୁଦେବୀଙ୍କ ସହ ଆରିଫା ଜାନ୍, ଚାମୀ ମୁର୍ମୁ, ନିଲଜା ବାଙ୍ଗୁ, ରଶ୍ମି ଅର୍ଥଓ୍ବାଲେ, କଳାବତୀ ଦେବୀ, କୌଶିକ୍ ଚକ୍ରବର୍ତ୍ତୀ, ମହିମା ସିଂହ ଜିତରଓ୍ବାଲା ପ୍ରମୁଖ ଏହି ଅବସରରେ ସମ୍ମାନିତ ହୋଇଛନ୍ତି ।