ଗୋଠଦା ମଠରେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ): ନାଉଗାଁ ବ୍ଳକସ୍ଥିତ ଗୋଠଦାରେ ସିଦ୍ଧ ମହାପୁରୁଷ ଶ୍ରୀ ଶ୍ରୀ ନୀଳକଂଠେଶ୍ୱର ଗୋସ୍ୱାମୀଙ୍କ ପୀଠରେ ପବିତ୍ର ଚନ୍ଦନ ଯାତ୍ରା ଉପଲକ୍ଷେ ବିଶ୍ୱଶାନ୍ତି ରୁଦ୍ର ମହାଯଜ୍ଞ ରବିବାର ଠାରୁ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଶୁଭାଧିବାସ, ଅଙ୍କୁରୋପଣ, ଯଜ୍ଞାଶାଳା ପ୍ରତିଷ୍ଠା, କଳସ ଶୋଭାଯାତ୍ରା ଓ ଅଗ୍ନି ସ୍ଥାପନ ଆଦି କରାଯାଇଛି । ଏଥିରେ ପ୍ରତ୍ୟେହ ସଂଧ୍ୟାରେ ସାଧୁସନ୍ଥ ଓ ପ୍ରବକ୍ତାଙ୍କ ଦ୍ୱାରା ଶିବ ମହିମା ପ୍ରବଚନ,ସଂକୀର୍ତନ ସମାରୋହ,ଭଜନ ସମାରୋହ,ଓଡିଶୀ ନୃତ୍ୟ ପରିବେଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କାର୍ଯ୍ୟକ୍ରମ ଅନୁଷ୍ଟିତ ହେଉଛି । ଏହି କାର୍ଯ୍ୟକ୍ରମରେ ଭାରତ ସାଧୁସମାଜର ପ୍ରାଦେଶିକ ସଭାପତି ମହନ୍ତ ଶ୍ରୀରାମକୃଷ୍ଣ ଦାସ ମହାରାଜ ପୌରହିତ୍ୟ କରୁଥିବା ବେଳେ ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ପରିଚାଳନା କରୁଛନ୍ତି । ଏହି କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତଚାଲିବ ବୋଲି ଗୋଠଦା ମଠର ମହନ୍ତ ତପୋନିଧି ଚିନ୍ତାମଣୀ ପର୍ବତ ଗୋସ୍ୱାମୀ ଜଣାଇଛନ୍ତି ।