ଆଳୀୟ ଖଣ୍ଡାୟତ କେନ୍ଦ୍ରୀୟ ପରିଷଦ ନିର୍ବାଚନ

ବୁଗୁଡା (ଅନିଲ କୁମାର ମହାରଣା) : ଦିନ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ କେନ୍ଦ୍ରିୟ ପରିଷଦର ସାମ୍ବିଧାନିକ ସମ୍ମିଳନୀ ପୁଡୁଗେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ପାଇଁ ଅନୁଷ୍ଠିତ ଏହି ସମ୍ମିଳନୀରେ ରମେଶ ଚନ୍ଦ୍ର ବିଶ୍ୱାଳ ଅଧ୍ୟକ୍ଷତା କରିଥିବା ବେଳେ ଅନିଲ କୁମାର ନାୟକ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି କେନ୍ଦ୍ରୀୟ ପରିଷଦ ନିର୍ବାଚନରେ ମଣ୍ଡଳ କର୍ମକର୍ତ୍ତା ଓ ପଲ୍ଲୀ କର୍ମକର୍ତ୍ତା ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ଆସନ୍ତା ୪ ବର୍ଷ ପାଇଁ କୁଳାଧିପତି ଭାବେ ପ୍ରହଲ୍ଲାଦ ଲେଙ୍କା ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ଖଲି ପରିଡା, ସାଧାରଣ ସମ୍ପାଦକ ଭାବେ ନିରଞ୍ଜନ ନାୟକ, ଯୁଗ୍ମ ସମ୍ପାଦକ ଭାବେ ଧନୁର୍ଦ୍ଧର ସାମଲ, କୋଷାଧ୍ୟକ୍ଷ ଭାବେ ମନୋଜ କୁମାର ପରିଡା ଓ ସଂଗଠନ ସମ୍ପାଦକ ଭାବେ ମୁନା ବାରିକ ନିର୍ବାଚିତ ହୋଇଥିଲେ। ନୂତନ କେନ୍ଦ୍ରୀୟ କର୍ମକର୍ତ୍ତା ବୃନ୍ଦ ସେମାନଙ୍କୁ ସମାଜର ଗୁରୁଦାୟିତ୍ୱ ଦେଇଥିବାରୁ ସମାଜ ପାଇଁ ସମାନେ ନିଷ୍ଠାର ସହିତ କାର୍ଯ୍ୟ କରବେ ବୋଲି ପ୍ରକାଶ କରିବା ସହ ସମାଜର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ