ହିଞ୍ଜିଳି ବ୍ଳକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଆନୁକୂଲ୍ୟରେ ବୁଧବାର ଜିଲ୍ଲା ପ୍ରଶାସନର ସହାୟତାରେ ହିଂଜିଳି ବ୍ଳକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ୍ରଅଧିକାରୀ ଅରୁଣ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭ ଉଦଘାଟନ କରିଥିଲେ । ସହକାରୀ ଯନ୍ତ୍ରୀ ପ୍ରମୋଦ କୁମାର ନାୟକ, ହିସାବ ନିରିକ୍ଷକ ଦିବ୍ୟସିଂହ ନାୟକ, ପ୍ରଗତି ସହାୟକ ରାମଚନ୍ଦ୍ର ରଖ, ଗ୍ରାମ ସମ୍ପ୍ରସାରଣ ଅଧିକାରୀ ପ୍ରଶାନ୍ତ କୁମାର ରଥ ପ୍ରମୁଖ ମଂଚାସିନ ଥିଲେ । ଆୟୋଜିତ ଶିବିରରେ ଅସ୍ତି ଶ ଶଲ୍ୟ ବିଭାଗ. ମୁକ, ବଧିର, ଶ୍ରବଣ ଶକ୍ତି, ଅନୁସନ୍ଧାନ, ଶାରୀରିକ ଅକ୍ଷମ, ଚକ୍ଷୁ, ମାନସିକ ଓ ବହୁଗୁଣୀ, ଇନ୍ଦିରା ଆବାସ, ବେଷୟିକ ତାଲିମ, ଛାତ୍ର ବୃତି, ବିବାହ ପ୍ରୋତ୍ସାହନ, ବସ ରିହାତି/ ଟ୍ରେନ ରିହାତି, ଖାଉଟି କାର୍ଡ଼, ଆୟ, ଜାତିଗତ ଓ ସ୍ଥାୟୀ ବାସିନ୍ଦ୍ର ପ୍ରମାଣପତ୍ର ଇତ୍ୟାଦି ପ୍ରଦାନ ସକାଶେ ପ୍ରାୟ ୧୪ଟି କାଉଂଟର ଖୋଲାଯାଇଥିଲା । ଉକ୍ତ ଶିବିରରେ ବିଭିନ୍ନ ଗ୍ରାମାଂଚଳରୁ ପ୍ରାୟ ୨୦୧ ବିଭିନ୍ନ ବର୍ଗର ଭିନ୍ନକ୍ଷମ ପଂଜିକ୍ୃତ କରିଥିଲେ । ପ୍ରଥମ କରି ୪୫ ଜଣଙ୍କୁ ଶାରୀରିକ ଭିନ୍ନକ୍ଷମ ଭତା ବାବଦରେ ପ୍ରତ୍ୟେକଙ୍କୁ ୨ଶହ ଟଙ୍କା ପ୍ରଦାନ କରାଯାଇଥିଲା । ୫୧ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ, ୨୧୭ଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ପ୍ରଦାନ ଏବଂ ୩୧ ଜଣଙ୍କୁ ବିଭିନ୍ନ ଉପକରଣ ପ୍ରଦାନ କରାଯିବା ସକାଶେ ଚିହ୍ନଟ କରାଯାଇଥିଲା । ଉକ୍ତ ଶିବିରରେ ଡ଼ିଡ଼ିଆସି ବ୍ରହ୍ମପୁରର ବସନ୍ତ କୁମାର ନାହାକ, ରୁବିନା କୁମାରୀ ଶତପଥୀ, କତିମ ଅଙ୍ଗ ପ୍ରତ୍ୟଙ୍ଗ ବିଶେଷଜ୍ଞ ମୁରଲି ଧର ବେହେରା, ଭଗବାନ ପ୍ରଧାନ, ଲୋକନାଥ ନାୟକ, ଯୋଗାଣ ନିରୀକ୍ଷକ ପୁରଂଜୟ ସାହୁ, ବହୁ ପିଇଓ, ଯୋଗାଣ ସହାୟକଙ୍କ ସମେତ ପଂଚାୟତ କାର୍ଯ୍ୟାଳୟର ବହୁ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।


