କ୍ଷୀର ମୂଲ୍ୟ ବଢାଇଲା ଅମୂଲ ମଙ୍ଗଳବାର ଠାରୁ ନୂଆ ମୂଲ୍ୟ ଲାଗୁ

ନୂଆଦିଲ୍ଲୀ, (ଏଜେନ୍ସି): ଅମୂଲ କ୍ଷୀର ଲିଟର ପ୍ରତି ୨ଟଙ୍କା ମହଙ୍ଗା ହୋଇଛି । କାହିଁକି ନା କମ୍ପାନୀ କ୍ଷୀର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । ଏଥିସହ ଏହି ନୂଆ ମୂଲ୍ୟ ମଙ୍ଗଳବାର ଠାରୁ ଲାଗୁ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ସହକାରୀ ସଂସ୍ଥା ଗୁଜୁରାଟ କୋ-ଅପରେଟିଭ୍ ମିଲ୍କ ମାର୍କେଟିଂ ଫେଡ଼େରେସନ୍ (ଜିସିଏମ୍ଏମ୍ଏଫ୍)ର ଏମ୍ଡ଼ି ଆର୍ଏସ୍ ସୋଢ଼ିଙ୍କ ସହିତ ଆଲୋଚନା କରି ଏହି ତଥ୍ୟ ପ୍ରଦାନ କରିଛନ୍ତି । ପ୍ରକାଶ ଯେ ଅମୂଲ ଗତ ବର୍ଷ ମାର୍ଚ୍ଚ ୨୦୧୭ରେ କ୍ଷୀର ମୂଲ୍ୟରେ ବୃଦ୍ଧି କରିଥିଲେ । ଏବେ ଦିଲ୍ଲୀ-ଏନ୍ସିଆର୍ରେ ଅମୂଲର ଟୋଣ୍ଡ ମିଲ୍କ (ଅମୂଲ ତାଜା) ଲିଟର ପ୍ରତି ୪୨ଟଙ୍କା ଓ ଫୁଲ୍ କ୍ରିମ (ଅମୂଲ ଗୋଲ୍ଡ) ଲିଟର ପ୍ରତି ୫୨ଟଙ୍କା ହାରରେ ବିକ୍ରି ହେଉଛି । ତେବେ ମଙ୍ଗଳବାର ଠାରୁ ଅମୂଲର ଫୁଲ୍ କ୍ରିମ ମିଲ୍କ ଲିଟର ପ୍ରତି ୫୪ଟଙ୍କା ଓ ଟୋଣ୍ଡ ମିଲ୍କ ଲିଟର ପ୍ରତି ୪୪ଟଙ୍କାରେ ମିଳିବ । ଅନ୍ୟପକ୍ଷରେ ଅହମଦାବାଦ୍ରେ ଅମୂଲ ଗୋଲ୍ଡର ଅଧା ଲିଟର ପ୍ୟାକେଜ୍ ଏବେ ୨୭ଟଙ୍କା, ଅମୂଲ ଶକ୍ତି ୨୫ ଟଙ୍କା, ଅମୂଲ ତାଜା ୨୧ ଟଙ୍କା ଓ ଅମୂଲ ଡାଇମଣ୍ଡର ଅଧା ଲିଟର ପ୍ୟାକେଜ୍ ୨୮ଟଙ୍କାରେ ମିଳୁଛି । ତେବେ ଗୁଜୁରାଟରେ ଗାଇ କ୍ଷୀର ମୂଲ୍ୟ ବୃଦ୍ଧି କରାଯାଇ ନଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଜିସିଏମ୍ଏମ୍ଏଫ୍ ଅମୂଲ ବ୍ରାଣ୍ଡ ଅଧିନରେ କ୍ଷୀର ଓ କ୍ଷୀରରୁ ପ୍ରସ୍ତୁ୍ତ ବିଭିନ୍ନ ପ୍ରକାରର ଉତ୍ପାଦ ବିକ୍ରି କରାଯାଇଥାଏ । ଅମୂଲ ଏବେ ଦିଲ୍ଲୀ-ଏନ୍ସିଆର୍, ଗୁଜୁରାଟ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟରେ ୬ ଭିନ୍ନ ଭିନ୍ନ ବ୍ରାଣ୍ଡ ନାମରେ କ୍ଷୀର ବିକ୍ରି କରୁଛି । କ୍ଷୀରର ଏହି ପ୍ୟାକେଟ୍ ଅଧା ଲିଟର ଓ ଲିଟର ବିଶିଷ୍ଟ ପ୍ୟାକେଟ୍ରେ ମିଳିଥାଏ । ତେବେ କିଛି ଚୟନିତ ମାର୍କେଟସ୍ରେ ୫-୫ ଲିଟର ପ୍ୟାକ୍ରେ ମଧ୍ୟ ଅମୂଲ କ୍ଷୀର ଉପଲବ୍ଧ ହେଉଛି । ଜିସିଏମ୍ଏମ୍ଏଫ୍ କହିଛନ୍ତି ଯେ କ୍ଷୀର ମୂଲ୍ୟରେ ଲିଟର ପ୍ରତି ବୃଦ୍ଧି ଦୁଇ ବର୍ଷ ପରେ କରାଯାଇଛି । ଏହାର ଲକ୍ଷ୍ୟ ନିଜର କ୍ଷୀର ଉତ୍ପାଦକଙ୍କୁ ଅଧିକ ମୂଲ୍ୟ ଦେବା, ଯଦ୍ୱାରା କ୍ଷୀର ଉତ୍ପାଦନରେ ହ୍ରାସ୍ ଓ ଖର୍ଚ୍ଚରେ ବୃଦ୍ଧିର ଭରଣ କରାଯାଇ ପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ