ପିଆଜ ଚୋପାର ଚମକ୍ରାରୀ ଉପକାରିତା
(ଯୁଗାଦ୍ଦ ନ୍ୟୁଜ),ପିଆଜ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଏହାର ଉପକାରିତା ସମ୍ପର୍କରେ କାହାକୁ ଅବା ଅଜଣା । କିନ୍ତୁ ଅନେକ ଜାଣି ନଥିବେ ଯେ ଏହାର ଚୋପା ମଧ୍ୟ ବହୁତ ଉପକାରୀ ଯାହାକୁ ଆମେ ଛଡାଇ ଫୋପାଡି ଦେଉ । ପିଆଜ ଚୋପାର ଉପକାରିତା ସମ୍ପର୍କରେ ଜାଣିବା ପରେ ଆପଣମାନେ ତାକୁ ଆଦୌ ଫୋପାଡିବାକୁ ଚାହିଁବେନି । ତାହା ହେଲେ ଆସନ୍ତୁ ଜାଣିବା ପିଆଜ ଚୋପାର ଉପକାରିତା ସମ୍ପର୍କରେ ।ଆଣ୍ଟି ଇଫ୍ଲାମେଟୋରି ଶକ୍ତି: ପିଆଜ ଚୋପାରେ ଆଣ୍ଟି ଇଫ୍ଲାମେଟୋରି ଶକ୍ତି ଅଛି । ଯଦି ଆଲର୍ଜି ଯୋଗୁଁ ଆପଣଙ୍କ ମୁହଁ କୁଣ୍ଡାଇ ହେଉଥିବ ତାହା ହେଲେ ପିଆଜ ଚୋପା ଏଥିରୁ ମୁକ୍ତି ଦେଇପାରିବ । ଏଥିପାଇଁ ଆପଣ ପିଆଜ ଚୋପାକୁ ରାତିରେ ଭଲ ଭାବେ ପାଣିରେ ଭିଜାଇ ରଖନ୍ତୁ । ସକାଳେ ସେହି ପାଣିରେ ମୁହଁ ଧୁଅନ୍ତୁ । ଛାରପୋକ ଓ ମଶା କାମୁଡାରୁ ମୁକ୍ତି ଦେବ: ଯଦି ଆପଣଙ୍କ ଘରେ ଛାରପୋକ ଓ ମଶା ରହୁଛନ୍ତି ତା ହେଲେ ପିଆଜ ଚୋପାର ବ୍ୟବହାର କରନ୍ତୁ । ପିଆଜ ଚୋପାକୁ ରାତିରେ ପାଣିରେ ଭିଜାନ୍ତୁ । ସକାଳେ ସେହି ପାଣିକୁ କବାଟ ଓ ଝରକା ପାଖରେ ରଖିଦିଅନ୍ତୁ । ଏହି ପାଣିର କଡା ଗନ୍ଧରେ ଛାରପୋକ ଓ ମଶା ଘରେ ପଶିବେ ନାହିଁ ।


