ଯୋଗ ଦିବସ ପାଳିତ

ବାଲେଶ୍ବର(ସରୋଜ ପଣ୍ଡା): ରବିବାର ୧୨ତମ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପତଞଳି ପରିବାର ବାଲେଶ୍ଵର ତରଫରୁ ରାଣୀପଟଣା ଛକସ୍ଥିତ ଆମନ୍ତ୍ରଣ କଲ୍ୟାଣ ମଣ୍ଡପ ଠାରେ ସକାଳ ୫ଘଟିକାସମୟରେ  କରାଯାଇଥିଲା। ଏହାକୁ ଜିଲ୍ଲା ର ମୁଖ୍ୟ ଭାରତ ସ୍ବାଭିମାନ ଜିଲ୍ଲା ପ୍ରଭାରୀ ଆଦରଣୀୟ ଶ୍ରୀ କରୁଣାକର ଜୀ ମହୋଦୟ ଉଦଘାଟନ କରାଇଥିଲେ । ଏହି କାର୍ଯ୍ୟକ୍ରମ ସରକାରଙ୍କ ଦ୍ୱାରା ଦିଆଯାଇଥିବା ପ୍ରୋଟୋକଲ ଉପସ୍ଥାପନ କରାଯାଇଥିଲା। ଏହାକୁ ମଞ୍ଚରେ ଉପସ୍ଥିତ ଜିଲ୍ଲା ମହିଳା ପ୍ରଭାରୀ ଶ୍ରୀମତୀ ଯୋଶମତୀ ଶିଅଳ ତଥା ବରିଷ୍ଠ ପ୍ରଶିକ୍ଷିକା ଶ୍ରୀମତୀ ଅବନ୍ତୀରାଣୀ ଦାସ ଓ ଅନୁପମା ଦେ ସହଯୋଗ କରିଥିଲେ। ଆଜିର ଯୋଗ ଦିବସ ରେ ବିଶେଷ ଆକର୍ଷଣ ଥିଲେ , ଆଦରଣୀୟ ଭାଇ ଶ୍ରୀ ଶାନ୍ତନୁ ଯେନା ମହୋଦୟ ସିଏ ଚେନ୍ନାଇ ରୁ ଆସିଥିଲେ। ସିଏ ଚେନ୍ନାଇ ର BST Vice President ଅଛନ୍ତି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପତଞଳି ପ୍ରଭାରୀ ଶ୍ରୀ ମନୋଜ କୁମାର ଜୀ, କିସାନ ପ୍ରଭାରୀ ଶ୍ରୀ ଅକ୍ଷୟ କୁମାର ଜୀ, ମିଡିଆ ପ୍ରଭାରୀ ଯାମିନୀ କାନ୍ତ ଜୀ,ସୋସିଆଲ ମିଡିଆ ପ୍ରଭାରୀ ଶ୍ରୀ ଗୋପଗୋବିନ୍ଦ ଜୀ , ଜିଲ୍ଲା ପଟ୍ରନ ମେମ୍ବର ଧୃବ ଚରଣ ଜୀ ଉପସ୍ଥିତ ଥିଲେ। ବାଲେଶ୍ଵର ଓମ୍ ଭବନ ଯୋଗ କେନ୍ଦ୍ର ରୁ ଯୋଗୀ ଭାଇ ଭଉଣୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ସାଫଲ୍ୟ କରାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ