ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ

ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ ଵଞ୍ଚୋ ପଞ୍ଚାୟତରେ ବିଜେପି ସରକାରର  ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ବିକାଶର ଧାରା ଓଡିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଵଞ୍ଚୋ ପଂଚାୟତ ସରପଞ୍ଚ ପ୍ରଶାନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ଏ.ବି.ଡି.ଓ ରଶ୍ମିରେଖା ନାଇକ, ବିଜେପି ନେତା ଆଲୋକ କୁମାର ସେଠୀ , ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର,  ମିନତି ମହାପାତ୍ର, ନାୟବ ସରପଞ୍ଚ ବାସନ୍ତୀ ବେହେରା, ଏଡିଓ ସସ୍ମିତା ପାଢ଼ୀ, ପ୍ରମିଳା ବରାଳ ପ୍ରମୁଖ ଯୋଗ ଦେଇ ୨ ବର୍ଷ ଭିତରେ ଲୋକଙ୍କ ସରକାର ଲୋକ ମାନଙ୍କ ପାଇଁ କାର୍ଯ୍ୟକାରୀ କରିଥିବା ବିଭିନ୍ନ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। ସରକାର କାର୍ଯ୍ୟକାରୀ କରୁଥିବା ଯୋଜନାର କିପରି ସଫଳ ରୂପାୟନ ହେବ ଗୁରୁତ୍ୱାରୋପ କରିଥିଲେ। ଏହି ଉପଲକ୍ଷେ ଅଙ୍ଗନବାଡି କର୍ମଚାରୀ ମାନଙ୍କୁ ମୋବାଇଲ ବଣ୍ଟନ କରିବା ସହିତ ଅନପୂର୍ଣ୍ଣ ଯୋଜନାର ହିତାଧିକାରୀ ମାନଙ୍କୁ ଅନ୍ନପୂର୍ଣ୍ଣା କାର୍ଡ  ବଣ୍ଟନ କରାଯାଇଥିଲା l ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣା ସେବା ଯୋଗାଇବା ସହିତ ମିଶନ ଶକ୍ତି ପକ୍ଷରୁ ହସ୍ତଶିଳ୍ପୀ ସାମଗ୍ରୀ ଗୁଡିକ ପଦର୍ଶନ କରାଯାଇଥିଲା l ଏଥିରେ ଵଞ୍ଚୋ ପଞ୍ଚୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ଶତାଧିକ ଗ୍ରାମବାସୀ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ