ଅନ୍ତର୍ଜାତୀୟ ଯୋଗଦିବସ ପାଳିତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡ଼ା ଉପକଣ୍ଠସ୍ଥିତ କପାଲେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଶିବାନନ୍ଦ ଯୋଗ ବିଦ୍ୟାଳୟ ପରିସରରେ କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ମାଇଁ ଭାରତ ୟୁବା ଭାରତ କେନ୍ଦ୍ରାପଡ଼ାର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୁପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋର ପରିଡ଼ା ଯୋଗ ଦେଇ ଶରୀର ଓ ସ୍ୱାସ୍ଥ୍ୟ ପାଇଁ ଯୋଗର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ସମ୍ପାଦକ ଡ. କାଳୀ ପ୍ରସନ୍ନ ଶତପଥୀ, ଅଧ୍ୟାପକ ଡ. ସୁରେନ୍ଦ୍ର ଆଚାର୍ଯ୍ୟ, ବିଜୟଲକ୍ଷ୍ମୀ ପ୍ରଧାନ, ଅଭିମନ୍ୟୁ ଗୋଛାୟତ,ସ୍ୱାମୀ ରାମଶରଣା ନନ୍ଦ ସରସ୍ୱତୀ ଓ ସମାଜସେବୀ ଶ୍ରୀଧର କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ଯୋଗଗୁରୁ କୈଳାଶ ରାଉତ ଯୋଗଦେଇ ସୂର୍ଯ୍ୟ ନମସ୍କାର ଓ ବିଭିନ୍ନ ଆସନ ଶିଖାଇଥିଲେ। ପରେ ପରେ ପିଲାମାନଙ୍କ ମଧ୍ୟରେ ଯୋଗ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା। କେନ୍ଦ୍ରାପଡ଼ା ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ମୃତ୍ୟୁଞ୍ଜୟ ମହାନ୍ତି ଓ ମାଇଁ ଭାରତ ଯୁବା ଭାରତର କର୍ମକର୍ତ୍ତା ଲକ୍ଷ୍ମୀକାନ୍ତ ଜେନା ଓ ଆଶ୍ରମର ଅନ୍ତେବାସୀ ବ୍ରହ୍ମଚାରୀ ନୃସିଂହ ନାଥ ପ୍ରମୁଖ ପରିଚାଳନା କରିଥିବା ବେଳେ ସ୍ୱେଚ୍ଛାସେବୀ ଜଗନ କୁମାର ଦାସ, ଜସ୍ମିନ୍ ଭୂୟାଁ, ଗଙ୍ଗାରାଣୀ ପରିଡ଼ା, କୈବଲ୍ୟ ବେହେରା, ରାଜା ମଳିକ, ଅଙ୍କିତା ମିଶ୍ର, ଜ୍ୟୋତିରେଖା ସାହୁ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ