ବରକୁ ରାସ୍ତାରୁ ଅପହରଣ

ଭୁବନେଶ୍ୱର: ମଝି ରାସ୍ତାରେ ଗାଡ଼ିକୁ ଅଟକାଇ ବରକୁ ଉଠାଇନେଲେ ଦୁର୍ବୃତ୍ତ । ସାପୁଆ ପୋଲ ଉପରୁ ଦୁର୍ବୃତ୍ତମାନେ ଜବରଦସ୍ତ ବରକୁ ଉଠାଇ ନେଇଛନ୍ତି । ୭/୮ ଜଣ ଦୁର୍ବୃତ୍ତ ବରକୁ ଏକ ବୋଲେରୋରେ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଅପହରଣ ନେଇ ଆଠଗଡ଼ ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ପ୍ରକାଶ ଯେ, ବାହା ହେବାକୁ ଢେଙ୍କାନାଳରୁ ବର ଓ ବରଯାତ୍ରୀ ଆଠଗଡ଼ ଆସୁଥିଲେ । ବୀରକିଶୋରପୁର ଶିବ ମନ୍ଦିରରେ ବାହାଘର ହେବାର ଥିଲା । ତେବେ ୭/୮ ଜଣ ଦୁର୍ବୃତ୍ତ ଏକ ବୋଲେରୋରେ ଆସି ସାପୁଆ ପୋଲ ଉପରୁ ବରକୁ ଉଠାଇ ନେଇଥିଲେ । ତେବେ ରାସ୍ତା ମଝିରୁ କିଏ ଓ କାହିଁକି ବରକୁ ଉଠାଇ ନେଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ଅପହରଣକାରୀଙ୍କୁ ପରିବାର ଲୋକ ଚିହ୍ନିନଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ