ସବୁଠାରୁ ଓଜନିଆ କୁକୁଡ଼ା
ନିକଟରେ ସୋସିଆଲ ମିଡିଆରେ ଦୁନିଆର ସବୁଠୁ ବଡ଼ ଗାଈକୁ ଦେଖବାକୁ ମିଳିଥିଲା । ଏବେ ସବୁଠୁ ବଡ଼ କୁକୁଡା ସୋସିଆଲ ମିଡିଆରେ ଚହଳ ପକାଉଛି, ଏହି କୁକୁଡାର ନାମ ହେଉଛି ମରକଲି । ଏହି କୁକୁଡ଼ାକୁ ୟୁରୋପର ଏକ ପୋଲ୍ଟ୍ରି ଫାର୍ମରେ ଠାବ କରାଯାଇଛି । ଏହାର ଲମ୍ୱ ୩ ଫୁଟ୍ ହେଇଥିବା ବେଳେ ଓଜନ ୭.୭ କେଜି । ବର୍ତ୍ତମାନ ମରକଲିକୁ ଦୁନିଆର ସବୁଠୁ ବଡ଼ କୁକୁଡା ବୋଲି ମାନ୍ୟତା ଦିଆଯାଇଛି । କୁକୁଡ଼ା ମାଲିକଙ୍କ କହିବା ଅନୁଯାୟୀ, ସେ ଏବେ ଦୁଇଟି କୁକୁଡାଙ୍କ ସହ ରହୁଛି ଓ ତା’ର ବହୁତ ଭଲ ଭାବରେ ଯତ୍ନ ନିଆଯାଉଛି । ଏହି ପ୍ରଜାତିର କୁକୁଡ଼ା ବ୍ରହ୍ମା ଚିକେନ୍ ନାମରେ ମଧ୍ୟ ପ୍ରସିଦ୍ଧ ଅଟେ । ସାଧାରଣରେ କୁକୁଡ଼ାର ଓଜନ ୫.୫ କେଜି ହୋଇଥାଏ । କିନ୍ତୁ ଏହି କୁକୁଡ଼ାର ଓଜନ ତା’ଠାରୁ ବି ଅଧିକ । ପ୍ରଥମେ ଲୋକେ ଏ ନେଇ ଜାରି ହୋଇଥିବା ଫଟୋ ଓ ଭିଡିଓକୁ ମିଛ ବୋଲି ଭାବୁଥିଲେ । କିନ୍ତୁ ପରେ ଯେତେବେଳେ ଲୋକଙ୍କ ସାମ୍ନାକୁ ଏହି କୁକୁଡାର ସତ୍ୟତା ଆସିଲା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ ।


