ଫର୍ଚ୍ଚୁନ ତାଲିକାର ୧୪୬ ସ୍ଥାନରେ ସିବିଆରଇ
ନୂଆଦିଲ୍ଲୀ, (ଏଜେନ୍ସି): ଆମେରିକା ଭିତ୍ତିକ ୫୦୦ ବୃହତ ପବ୍ଲିକ କମ୍ପାନୀ ମଧ୍ୟରୁ ସିବିଆରଇ ଗ୍ରୁପ ଫର୍ଚ୍ଚୁନ ୨୦୧୯ ତାଲିକାର ୧୪୬ତମ ସ୍ଥାନରେ ସ୍ଥାନିତ ହୋଇଛି । ୨୦୧୮ରେ କମ୍ପାନୀ ୨୦୭ତମ ସ୍ଥାନରେ ରହିଥିଲା । ଲଗାତର ୭ମ ବର୍ଷ ପାଇଁ ସିବିଆର୍ଇ ଫର୍ଚ୍ଚୁନ ତାଲିକା ଭୁକ୍ତ ହେଉଛି । ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଣ ପାଇଁ ସେମାନଙ୍କ ପ୍ରିୟଭାଜନ ଯୋଗୁଁ ଫର୍ଚ୍ଚୁନର ଏହି ସମ୍ମାନଜନକ ତାଲିକାର ଉପରକୁ ସିବିଆର୍ଇ ଉଠିପାରିଛି ବୋଲି କହିଛନ୍ତି ସଂସ୍ଥାର ସଭାପତି ତଥା ସିିଇଓ ବବ୍ ସୁଲେଣ୍ଟିକ୍ । ଏହି ଅବସରରେ ସଂସ୍ଥାର ଦକ୍ଷିଣ ପୂର୍ବ ଏସିଆ, ମଧ୍ୟ ପ୍ରାଚ୍ୟ, ଭାରତ ଓ ଆଫ୍ରିକାର ଅଧ୍ୟକ୍ଷ ତଥା ସିଇଓ ଅଂଶୁମାନ ମାଗାଜିନ୍ କହିଛନ୍ତି ଯେ, ଫର୍ଚ୍ଚୁନ ତାଲିକାର ଯଥେଷ୍ଟ ଉପରକୁ ଉଠିବା ଆନନ୍ଦର ବିଷୟ । କମ୍ପାନୀ ବିଶ୍ୱସ୍ତରୀୟ ମାନ ବଜାୟ ରଖୁଥିବା ନେଇ ଏହା ସ୍ୱୀକୃତି । ଜନସାଧାରଣ କମ୍ପାନୀ ଉପରେ ଯେଉଁ ଆସ୍ଥା ଓ ଭରସା ପ୍ରକଟ କରିଛନ୍ତି, ତାହା ବଜାୟ ରଖାଯିବ ବୋଲି ସେ କହିଛନ୍ତି । ସିବିଆର୍ଇ ବିଶ୍ୱସ୍ତରରେ ବ୍ୟବସାୟିକ କୋଠାବାଡ଼ି ଓ ଜମିଜମା କାର୍ଯ୍ୟରେ ଜଡ଼ିତ । ୨୦୧୮ରେ କମ୍ପାନୀ ୩୮୦ ବିଲିୟନ ଡଲାର ମୂଲ୍ୟର ଜମିବାଡ଼ି ବିକ୍ରି ଓ ଲିଜ୍ କାର୍ଯ୍ୟରେ ନିୟୋଜିତ ଥିଲା । ବ୍ୟୟସାୟିକ ଓ କର୍ପୋରେଟ୍ କାର୍ଯ୍ୟ ପାଇଁ କମ୍ପାନୀ ୬.୧ ବିଲିୟନ ବର୍ଗଫୁଟ ସ୍ଥାନ ପରିଚାଳନା କରିଛି । କମ୍ପାନୀ ଆମେରିକାରେ ସର୍ବବୃହତ୍ତ ବ୍ୟବସାୟିକ କୋଠାବାଡ଼ି ତଥା ଜମିଜମା କାରବାର ପରିଚାଳନା କରୁଛି । ଏହା ବିଶ୍ୱର ଅନ୍ୟତମ ବୃହତ ଜମିଜମା ନିବେଶକାରୀ ପରିଚାଳନା ବ୍ୟବସାୟ ସହ ସଂଶ୍ଳିଷ୍ଟ


