ସିଡ୍ବିର ନିଟ୍ ଲାଭରେ ୩୬.୫% ବୃଦ୍ଧି

ନୂଆଦିଲ୍ଲୀ, (ଏଜେନ୍ସି): ଅଣୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥାଗୁଡ଼ିକୁ ଋଣ ପ୍ରଦାନ କରୁଥିବା ଆର୍ଥିକ ସଂସ୍ଥା ସ୍ମଲ ଇଣ୍ଡଷ୍ଟ୍ରିଜ ଡେଭଲ୍ପମେଣ୍ଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ସିଡ୍ବି) ୨୦୧୮ -୧୯ ଆର୍ଥିକ ବର୍ଷରେ ୧୯୫୨.୨୧ କୋଟି ଟଙ୍କାର ନିଟ୍ ଲାଭ କରିଛି । ୨୦୧୭-୧୮ରେ ବ୍ୟାଙ୍କ ୧୪୨୯.୨୧ କୋଟି ଟଙ୍କାର ନିଟ୍ ଲାଭ କରିଥିଲା । ଏଥିସହିତ ପୂର୍ବ ବର୍ଷ ତୁଳନାରେ ବ୍ୟାଙ୍କ ନିଟ୍ ଲାଭରେ ୩୬.୫ ପ୍ରତିଶତ ବୃଦ୍ଧି ହାସଲ କରିଛି । ୨୦୧୮-୧୯ରେ ସିଡ୍ବିର ମୋଟ ଅଗ୍ରୀମ ପରିଣାମ ୪୨.୯% ବୃଦ୍ଧି ପାଇ ୧,୩୬,୨୩୦.୩୭ କୋଟି ଟଙ୍କା ହୋଇଛି । ଯାହା ୨୦୧୭-୧୮ରେ ୯୫,୨୯୦.୬୯ କୋଟି ଟଙ୍କା ଥିଲା । ବ୍ୟାଙ୍କ୍ର ପରିଚାଳନା ଲାଭ ବର୍ଷକୁ ବର୍ଷ ଭିତିରେ ୨୪.୬% ବୃଦ୍ଧି ପାଇଛି । ଏହାକୁ ନିଟ୍ ସୁଧ ଆୟ ୨୨.୯% ବୃଦ୍ଧି ପାଇ ୨୫୭୯.୧୨କୋଟି ଟଙ୍କା ହୋଇଛି । ଏହି ସମୟରେ ଅଣସୁଧ ଆୟ ୪୩୪.୨୫ କୋଟି ଟଙ୍କା ହୋଇଛି । ୨୦୧୯ର ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ସିଡ୍ବିର ପରିଚାଳନା ଆୟ ୫୦.୫% ଓ ନିଟ୍ ଲାଭ ୨୮.୨୨% ବଢିଛି । ଏହି ଅବସରରେ ସିଡ୍ବିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୁସ୍ତାଫା କହିଛନ୍ତି ଯେ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଅଭିବୃଦ୍ଧି ପରିମାଣ ବହୁତ ଭଲ ରହିଛି ଓ ମୋଟ ଘରୋଇ ଉତ୍ପାଦକୁ ହାରାହାରି ଏମ୍ଏସ୍ଏମ୍ଇ ଋଣ ପ୍ରଦାନ ଭାଗ ବଢ଼ୁଛି । ଏହା କମ୍ପାନୀକୁ ଉତ୍ସାହଜନକ ଆର୍ଥିକ ଫଳାଫଳ ହାସଲ କରିବାରେ ସହାୟକ ହୋଇଛି । ଏହି ଆର୍ଥିକ ବର୍ଷରେ, କମ୍ପାନୀର ସମ୍ପତି ପୁସ୍ତକ ପରିମାଣ ୪୨% ବୃଦ୍ଧି ପାଇଥିବା ବେଳେ ୨୦୧୮ ଆର୍ଥିକ ବର୍ଷ ତୁଳନାରେ ନିଟ୍ ଲାଭ ପରିମାଣ ୩୬%ରୁ ଅଧିକ ବଢ଼ିଛି । ୨୦୨୦ ଆର୍ଥିକ ବର୍ଷରେ ଏମ୍ଏସ୍ଏମ୍ଇ ବିକାଶ ଓ ଫାଇନାନ୍ସିଂରେ ଅଭିବୃଦ୍ଧି ଧାରାକୁ ବଜାୟ ରଖିବ । ସେହିପରି ଲାଭ ପରିମାଣ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରାଯିବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ