ଅଜବ ପରମ୍ପରା: ଯେଉଁଠି ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ କରାଯାଏ ହତ୍ୟା

ବିଶ୍ୱର ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରା ରହିଛି । ତନ୍ମଧ୍ୟରୁ କିଛି ପରମ୍ପରା ସମ୍ପର୍କରେ ଶୁଣିଲେ ଦେହମନ ଶିହରି ଉଠେ । ତଥାପି ପରମ୍ପରାକୁ ପାଳନ କରୁଥିବା ଲୋକେ ତା’କୁ ସମ୍ମାନ ଦେଇଥାନ୍ତି । ଏଭଳି ଏକ ପରମ୍ପରା ରହିଛି ଦକ୍ଷିଣ ଭାରତର ତାମିଲନାଡୁରେ । ଏଠାରେ “ଠଲାଈକୁଠଲ୍’ ନାମକ ଏକ ଅଜବ ପରମ୍ପରା ପାଳନ କରାଯାଏ । ହୁଏତ ଏହି ପରମ୍ପରା ସମ୍ପର୍କରେ ଅନେକ ଅଜ୍ଞ ଥିବେ । କିନ୍ତୁ ଏହାକୁ ଲୁଚାଛପା ପାଳନ କରାଯାଏ । ପରମ୍ପରା ଅନୁସାରେ, ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତି ବା ବୃଦ୍ଧଙ୍କୁ ହତ୍ୟା କରାଯାଏ । ପୋଲିସ୍ ପ୍ରଶାସନ ପକ୍ଷରୁ ଏହାକୁ ନିଷେଧ ଘୋଷଣା କରାଯାଇଥିଲେ ମଧ୍ୟ ଲୁଚାଣିଆ ଆଜି ବି ଏହି ଭୟାନକ ପ୍ରଥାକୁ ପାଳନ କରାଯାଉଛି । ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହି ହତ୍ୟା ଗ୍ରାମବାସୀଙ୍କ ସମ୍ମୁଖରେ ହୋଇଥାଏ । କେହି ହେଲେ ଏହା ବିରୋଧରେ ସ୍ୱର ଉତ୍ତୋଳନ କରନ୍ତି ନାହିଁ । କାରଣ ହତ୍ୟାର ଶିକାର ହେଉଥିବା ବ୍ୟକ୍ତି ନିଜେ ନିଜ ମୃତ୍ୟୁ ପାଇଁ ଭିକ ମାଗିଥାନ୍ତି । ଯେତେବେଳେ ସେମାନେ ଅନୁଭବ କରନ୍ତି, ପରିବାର ଉପରେ ବାଝ ହେଉଛନ୍ତି ସେତେବେଳେ ଏଭଳି ନିଷ୍ପତ୍ତି ନିଆଯାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ