କରୋନା ପାଇଁ ସଚେତନତା

ଭୁବନେଶ୍ୱର : କରୋନା ଭୟ ଏବେ ସମସ୍ଥଙ୍କୁ ଘାରିଛି । ଏଥିପାଇଁ ସବୁଠି ସବୁ ବର୍ଗର ଲୋକଙ୍କୁ ସଚେତନତାର ବାର୍ତ୍ତା ବଣ୍ଟାଯାଉଛି । ଉଭୟ ସରକାର, ସମାଜସେବୀ, ସ୍ୱେଛାସେବୀ ସଙ୍ଗଠନ ମାନେ କରୋନାକୁ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏହିପରି କ୍ରମରେ ରବିବାର ବଡଗଡର ସ୍ୱେଛାସେବୀ ସଂଗଠନ ଲକ୍ଷ୍ମୀପ୍ରିୟା ୟୁୁଥ୍ ଫାଉଣ୍ଡେଶନ ପକ୍ଷରୁ ରାଜଧାନୀରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ ଫାଉଣ୍ଡେଶନର କର୍ମକର୍ତ୍ତାମାନେ ରାଜମହଲ, ବାପୁଜୀନଗର ଓ ମାଷ୍ଟରକ୍ୟାଣ୍ଟିନ୍‌ରେ ସାଧାରଣ ଲୋକଙ୍କୁ କରୋନା ମୁକାବିଲା ପାଇଁ ସଚେତନତା କରିଥିଲେ । ଏଥିସହ ଲୋକଙ୍କୁ ମାଗଣାରେ ମାସ୍କ, ହ୍ୟାଣ୍ଡ ସାନିଟାଇଜର, ସାବୁନ ବାଣ୍ଟି ଲୋକଙ୍କୁ ପରିଷ୍କାର ପରିଛନ୍ନ ରହିବାକୁ ପରାମର୍ଶ ଦେଇଥିଲେ । ଏଥିରେ ବିଶିଷ୍ଟ ସମାଜସେବୀ ପୁର୍ଣ୍ଣଚନ୍ଦ୍ର ସାହୁ (ପୁନିଆ),ନେତ୍ରାନନ୍ଦ ଦାସ ସହଯୋଗର ହାତ ବଢାଇଥିଲେ । ଏହି କାର୍ଯ୍ୟକ୍ରମ ସୌମ୍ୟରଞ୍ଜନ ସାହୁଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବାବେଳେ ଏହାକୁ ଟିଟନ ସାହୁ, ପଙ୍କଜ ବେହେରା, ତୁଷାର ଭୂୟାଁ, ପିନାକୀ ମହାନ୍ତି, ସୁଭଶ୍ରୀ ବେହେରା, ରଶ୍ମି ପ୍ରଧାନ, ମନରୋଞ୍ଜନ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ପ୍ରାୟ ତିନିଶହରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏହି ଫାଉଣ୍ଡେସନ ପକ୍ଷରୁ ଲୋକଙ୍କୁ ସଚେତନତା କରାଯାଇଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ