ଏସବୁ ଜିନିଷ ଛୁଇଁଲେ ଘଟିପାରେ ବିପଦ
ଆପଣ ଭାବୁଥିବେ ନିଶ୍ଚୟ ଯେ ଏମିତି କେଉଁ ଜିନିଷ ଅଛି ଯାହା ଛୁଇଁବା ପାଇଁ ମନା? ଆଜ୍ଞା ହଁ, ଏମିତି କିଛି ଜିନିଷ ଅଛି ଯାହାକୁ ଛୁଇଁଲେ ବା ତାହା ଆପଣଙ୍କ ଦେହରେ ବାଜିଲେ ଛୁଇଁଲେ ଅଶୁଭ ହୋଇଥାଏ । ସେ ସବୁ ପ୍ରତି ସତର୍କ ରୁହନ୍ତୁ । ଆସନ୍ତୁ ଜାଣିବା ସେ ସବୁ କ’ଣ ।କୌଣସି ମୃତ ଶବ ପୋଡା ଯାଇଥିବା ସ୍ଥାନକୁ ଆବଶ୍ୟକ ନ ପଡିଲେ ସେ ଭୂଇଁକୁ ଛୁଅନ୍ତୁ ନାହିଁ । ଯେଉଁଠି କେହି ପୋଡା ଯାଇଛନ୍ତି, ଯଦି ବି କୌଣସି କାରଣରୁ ଛୁଇଁବାକୁ ପଡୁଛି ତେବେ ଛୁଇଁ ସାରି ନିଶ୍ଚୟ ସ୍ନାନ କରନ୍ତୁ ।
କୌଣସି ଖାଦ୍ୟକୁ ଗୋଡରେ ଛୁଅନ୍ତୁ ନାହିଁ । ଏମିତି କଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏମିତି କରୁଥିବା ଲୋକ ପରବର୍ତ୍ତୀ ମୁହୂର୍ତ୍ତରେ ଖାଇବାକୁ ପାଇନଥାନ୍ତି ।


