ଉଚ୍ଚ ବିଦ୍ୟାଳୟର ପାଚିକା ନ୍ୟାୟ ପାଇଲେ

କେନ୍ଦ୍ରାପଡା : ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପାଚିକା ଶେଷରେ ନ୍ୟାୟ ପାଇଥିବା ଦେଖାଯାଇଛି । ଘଟଣାରୁ ପ୍ରକାଶ ଯେ ପ୍ରାୟ ୧୮ମାସ ତଳେ ବାଲିଆ ଉଚ୍ଚ ବିଦ୍ୟାଳୟ ସହିତ ବାଲିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଶ୍ରଣ ହେବା ପରେ ବାଲିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଚିକା ଭାବେ କାର୍ଯ୍ୟ କରୁଥିବା ସାବିତ୍ରୀ ଦାସଙ୍କୁ କେତେକ ଖଳ ପ୍ରକୃତିର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ସାବିତ୍ରୀଙ୍କୁ ଅନୁସୂଚିତ ଜାତି ବର୍ଗର କହି କାର୍ଯ୍ୟରୁ ଅନ୍ତର କରିଥିଲେ । କିନ୍ତୁ ସାବିତ୍ରୀ ଲଢେଇଜାରି ରଖି ସରକାରଙ୍କ ନିର୍ଦେଶରେ ଶେଷରେ ନ୍ୟାୟ ପାଇଥିବାର ଦେଖିବାକୁ ମିଳିଛି । ସେ ପୂନର୍ବାର ପାଚିକ ଭାବେ ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଯୋଗଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ