ମୋଷ୍ଟ ୱାଣ୍ଟେଡ୍ ପିଣ୍ଟୁ ଗିରଫ

ବ୍ରହ୍ମପୁର: ଜିଲ୍ଲାର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଥିବା ପିଣ୍ଟୁ ଓରଫ ପାଣ୍ଡା ଗୌଡ଼କୁ ଶନିବାର ଗିରଫ କରିଛି ସଦର ଥାନା ପୁଲିସ । ଏନେଇ ସଦର ଏସ୍‌ଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି । ପାଣ୍ଡା ନାମରେ ବହୁ ମାମଲା ରହିଥିବା ବେଳେ ସେ କୋର୍ଟ ହାଜର ନହେବାରୁ ୱାରେଣ୍ଟ ଜାରି ହୋଇଥିଲା । ଏକ ମାମଲାରେ କୋର୍ଟ ଏନ୍‌ବିଡବ୍ଲୁ ଜାରି କରିବା ପରେ ପାଣ୍ଡାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପାଣ୍ଡା ନାମରେ ସଦର ଥାନାରେ ୯ଟି କେସ୍‌, ଦିଗପହଣ୍ଡି ଥାନାରେ ୩ଟି କେସ୍ ଓ କେ.ନୂଆଗାଁ ଥାନାରେ ଗୋଟିଏ କେସ୍ ପାଣ୍ଡା ନାମରେ ରହିଥିବା ସଦର ଏସ୍‌ଡିପିଓ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ