ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କୁ ଆକ୍ରମଣ

କୁକୁଡାଖଣ୍ଡି:ସଦର ଥାନା ଅନ୍ତର୍ଗତ ଜଗଦଳପୁର ଗ୍ରାମର ଧୋବା ସାହିରେ ଗତ ଶୁକ୍ରବାର ରାତ୍ର ସାଢ଼େ ୧୦ ଟା ସମୟରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି lଘଟଣାରୁ ଜାଣିବକୁ ମିଳିଛି ଯେ, ଜଗଦଳପୁର ଗ୍ରାମର ଧୋବା ସାହିର ଦଣ୍ଡାସି ସେଠିଙ୍କ ପୁଅ ବୀଣାସେଠି(୩୮)ଙ୍କ ସ୍ତ୍ରୀ ସୁଜାତା ସେଠି ନିଜ ସାହିରେ ରହୁଥିବା ଜଣେ ବିଭାହିତ ପୁରୁଷଙ୍କ ସହ ପ୍ରେମ ସମ୍ପର୍କ ଥିବା ଜାଣିପାରିଥିଲେ l ଏହି ପ୍ରେମ ସମ୍ପର୍କକୁ ନେଇ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ସୃଷ୍ଟି ହୋଇଥିଲା lଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା ଏଥିରେ ଉତକ୍ଷିପ୍ତ ହୋଇ ଘରେ ଭିତରେ ଥିବା ଏକ ଧାରୁଆ କାତିରେ ବୀଣାର ବଡ ଶଳା ସନ୍ତୋଷ,ଶାଶୁ ଏବଂ ସ୍ତ୍ରୀ ସୁଜତା ମିଶି ବୀଣାକୁ ଆକ୍ରମଣ କରିଥିଲେ lଏହି ଘଟଣା ପରେ ବୀଣା ନିଜ ଜୀବନ ବଞ୍ଚେଇବା ପାଇଁ ଘର ଭିତରୁ ବାହାରକୁ ଆସି ଗୁରୁତର ଆହତ ହୋଇ ସାହି ମଝିରେ ପଡିରହିଥିଲେ lଏହି ଘଟଣା ସମ୍ପର୍କରେ ନିମଖଣ୍ଡି ଫାଣ୍ଡି ଅଧିକାରୀ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଭାବେ ପଡିରହିଥିବା ବୀଣାକୁ ଘଟଣା ସ୍ଥଳରୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ l ବୀଣାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ପ୍ରେମ ସମ୍ପର୍କକୁ ନେଇ ଏଭଳି ଘଟଣା ଘଟିଛି lଏହି ଘଟଣାରେ ସଦର ଥାନା ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଜଣକୁ ଅଟକ ରଖିଛି l ଗିରଫ ୩ ଜଣଙ୍କ ବିରୋଧରେ ଆଇପିସି ଧାରା ୩୨୬/୩୦୭/୩୪ ଅନୁସାରେ ଥାନା କେସ ନଂ ୮୦/୨୦ ରେ ଏକ ମାମଲା ରୁଜୁ କରି ଗିରଫ କରିଥିବା ବେଳେ ଏହି ଘଟଣାରେ ଅଟକ ଥିବା ଅଭି ସେଠିକୁ ସଦର ପୋଲିସ ଜେରା ଚଲେଇଥିବା ନେଇ ସଦର ଏସଡିପିଓ ଜୟନ୍ତ ମହାପାତ୍ରଙ୍କ ଠାରୁ ସୂଚନା ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ