ଗାଡିକିଣି ଠକେଇର ଶୀକାର ହେଲେ ଯୁବକ

ହାଟଡ଼ିହି, : ଫାଇନାନସ ମାଧ୍ୟମରେ ବୋଲେରୋ ଗାଡି କିଣି ଠକେଇର ଶୀକାର ହୋଇଛନ୍ତି ସୋସୋ ଥାନା ନୁଆଗାଁ ଗ୍ରାମର ବୃନ୍ଦାବନ ନାୟକ । ବୃନ୍ଦାବନଙ୍କ ଅଭିଯୋଗ ଅନୁଯାଇ ସେ ଜଣେ ଅତି ଗରିବ ଶ୍ରେଣୀର ଲୋକ ହୋଇଥିବାବେଳେ ପେସାରେ ଜଣେ ଗାଡି ଚାଳକ । ସେ ଏକ ବୋଲେରୋ ଗାଡି କିଣି ତାହାଦ୍ୱାରା ଭଡା କରି ପରିବାର ପ୍ରତିପୋଷଣ କରିବା ଉଦ୍ଦେଶ୍ୟରେ ଗତ ୨୦୧୭ରେ ମହିନ୍ଦ୍ରା ଫାଇନାନସରୁ ଏକଲକ୍ଷ ତିନିହଜାର ଟଙ୍କା ଜମାକରି ଏକ ବୋଲୋରୋ ଗାଡି ଆଣିଥିଲେ । କିନ୍ତୁ ଫାଇନାନସ କର୍ତ୍ତୁପକ୍ଷ ଗାଡିର କୌଣସି କାଗଜପତ୍ର ଦେଇ ନଥିଲେ । ତୁମେ ଘରକୁ ଯାଅ ଡାକ ଯୋଗେ କାଗଜପତ୍ର ଯିବ ବୋଲି କହିଥିଲେ । ଇତିମଧ୍ୟରେ ବୃନ୍ଦାବନ ଗାଡି ଭଡା କରିବା ସମୟରେ କାଗଜପତ୍ର ଦେଖା ନପାରି ଅନେକବାର ପୁଲିସ ଓ ଆରଟିଓଙ୍କ ହାବୁଡରେ ପଡିବାରୁ ବାଧ୍ୟହୋଇ ଗାଡିଟିକୁ ନଚଲାଇ ଘରେ ରଖିଦେଇଥିଲେ । ମୋଟ ୬ଟି କିସ୍ତି ଦେଇ ଥିବାବେଳେ ଗାଡି ନଚଲାଇବାରୁ ଆଉ କିସ୍ତି ଦେଇ ପାରିନଥିଲେ । ଗତ ୪/୮/୨୦୧୭ରେ ଫାଇନାନସର କିଛି କର୍ମଚାରୀ ପହଞ୍ଚି ବୃନ୍ଦାବନଙ୍କ ଅନୁପସ୍ଥିତିରେ ଗାଡିଟିକୁ ନେଇଯାଇଥିଲେ । ଏନେଇ ବୃନ୍ଦାବନ ସୋସୋ ଥାନାରେ ଜଣାଇବା ସହିତ ଭଦ୍ରକ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିଲେ । ଭଦ୍ରକ ଜିଲ୍ଲାପାଳଙ୍କ ଠରେ ଅଭିଯୋଗ ପରେ ଗାଡି କିଣିବାର ୨ବର୍ଷ ୫ମାସ ପରେ ଗତ ୧୭/୦୧/୨୦୨୦ରେ ଭୁବନେଶ୍ୱର ଆରଟିଓଙ୍କ କାର୍ଯ୍ୟାଳୟରୁ ଡାକଯୋଗେ ଗାଡିର କାଗଜପତ୍ର ଆସିଥିଲା । ଏନେଇ ବାରମ୍ବାର ଫାଇନାନସ କର୍ତ୍ତୁପକ୍ଷଙ୍କୁ ଜଣାଇ ଗାଡିଟିକୁ ଫେରିପାଇବା ଲାଗି ଆବେଦନ କରିଥିଲେ ମଧ୍ୟ ଫାଇନାନସ କମ୍ପାନୀର କର୍ତ୍ତୁପକ୍ଷ କୌଣସି କର୍ଣ୍ଣପାତ କରୁ ନାହାନ୍ତି । କେନ୍ଦ୍ରୀୟ ମଟରଯାନ ୧୯୮୯ର ୪୨ଆଇନ ଅନୁଯାଇ ଡିଲରମାନେ କ୍ରେତାଙ୍କୁ ବିନା ରେଜିଷ୍ଟେସନରେ ଗାଡି ବିକ୍ରୀ କରିପାରିବେ ନାହିଁ ବୋଲି ନିୟମ ଥିବାବେଳେ ମୋତେ ଗାଡିର କାଗଜପତ୍ର ଦୀର୍ଘ ଅଢ଼େଇବର୍ଷ ପର୍ଯ୍ୟନ୍ତ ନଦେବା ଓ ଗାଡିଟିକୁ ନେଇ କେଉଁଠାରେ ଲୁଚାଇ ରଖିବାଦ୍ୱାରା ବୃନ୍ଦାବନ ଲକ୍ଷାଧିକ ଟଙ୍କାର କ୍ଷତିର ସମ୍ମୁଖୀନ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସେ ଏବାବଦରେ ପୁର୍ବରୁ ପୁଲିସରେ ଅଭିଯୋଗ କରିଥିବାବେଳେ ଏବେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦୁଝର ଏସ.ପି, ଭିଜିଲାନସ ଏସ.ପି, ଆର.ଟି.ଓ ଭୁବନେଶ୍ୱର, ଆନନ୍ଦପୁର ଉପଜିଲ୍ଲାପାଳ, ଓ ମହିନ୍ଦ୍ର ଫାଇନାନସ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇ ନ୍ୟାୟ ପାଇବା ପାଇଁ ନିବେଦନ କରିଛନ୍ତି । ଉପଯୁକ୍ତ ତଦନ୍ତ କରାଯାଇ ତାଙ୍କ ଓଡି୩୩-ଏଏ-୧୮୮୨ ନମ୍ବର ବିଶିଷ୍ଟ ବୋଲେରୋ ଗାଡିଟିକୁ ପୁନଃ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ