ପୁଣି ପତଳା ଝାଡ଼ାରେ୧୮ ଆକ୍ରାନ୍ତ,ଜଣେ ଗୁରୁତର, ଗାଁରେ ପହଁଚିଲା ଡାକ୍ତର ଦଳ
କଳାହାଣ୍ଡି:ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇ ପୁର ପଞ୍ଚାୟତର ନିଆଁଳି ଗ୍ରାମରେ ଗତ ବୁଧବାର ଦିନଠାରୁ ପତଳା ଝାଡ଼ାରେ ୧୮ ଆକ୍ରାନ୍ତ ଥିବା ବେଳେ ଆଜି ସକାଳୁ ୭ ଘଣ୍ଟା ସମୟରେ ଜଣେ ଗୁରୁତର ଅରୁଣ ହରିଜନ(୧୫)ଙ୍କୁ ୧୦୮ ଆମ୍ବୁଲାନ୍ସରେ ଆଣି ବିଶ୍ୱନାଥ ପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ନିଆଁଳି ଗାଁରେ ଝାଡା ରେ ଆକ୍ରାନ୍ତ ଥିବା ୧୮ ଜଣଙ୍କ ପେଟ କାଟି ପତଳା ଝାଡା ହେଉଥିବା ଯୋଗୁଁ ଖବର ପାଇ ଲାଞ୍ଜିଗଡ଼ ସରକାରୀ ଏମଏଚୟୁ ଡାକ୍ତରୀ ଦଳ ନିଆଁଳି ଗାଁରେ ପହଞ୍ଚି ରୋଗୀଙ୍କୁ ଚିକିତ୍ସା କରିବା ସହ ଔଷଧ ଓ ଓଆରଏସ ବଣ୍ଟନ କରିଥିଲେ।ଏହି ରୋଗର ଲକ୍ଷଣ ପ୍ରଥମେ ପେଟ କାଟୁଛି।ପତଳା ଝାଡା ହେବା ସଙ୍ଗେ ସଙ୍ଗେ ମୁଣ୍ଡ ବୁଲାଉଥିବା ଗାଁ ଲୋକେ କହୁଛନ୍ତି।ଏପଟେ ସକାଳ ୧୦ ଘଣ୍ଟା ସମୟରେ ଲାଞ୍ଜିଗଡ଼ ବେଦାନ୍ତ ମେଡିକାଲ ଏମ୍ଏଚୟୁ ଟିମ ଗାଁରେ ପହଞ୍ଚି ଝାଡ଼ାରେ ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା କରିବା ସହ ଔଷଧ ଓ ଓଆରଏସ ବଣ୍ଟନ କରିଛନ୍ତି।ସୂଚନାଯୋଗ୍ୟ ଯୋଗ୍ୟ ଯେ ଗତ ଫେବୃଆରୀ ୧୫ ତାରିଖ ଦିନ ଏହି ବ୍ଲକର ଛତ୍ରପୁର ପଞ୍ଚାୟତର ଟାଙ୍ଗନକନା ଗାଁରେ ପତଳାଝାଡା ଲାଗିରହିଥିଲା। ତିନି ଗୁରୁତର ଓ ୩୦ ଜଣ ଆକ୍ରାନ୍ତ ଥିଲେ।ସେହିପରି ମାର୍ଚ୍ଚ ୫ ତାରିଖ ଦିନ ସେହି ଛତ୍ରପୁର ପଞ୍ଚାୟତର ଖଜୁର ପଦର ଓ ବାରବୁଲି ଗ୍ରାମରେ ମଧ୍ୟ ୧୦ ରୁ ଉର୍ଦ୍ଧ ଆକ୍ରାନ୍ତ ଥିଲା ବେଳେ ଗତ ୯ ତାରିଖ ଦିନ ବ୍ଲକର ଲାଞ୍ଜି ପଞ୍ଚାୟତର ଖକ୍ସି ଗାଁରେ ୪ ମୃତ ୧୫ରୁ ଅଧିକ ଆକ୍ରାନ୍ତ ହୋଇଥିବା ଖବର ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ଡାକ୍ତରୀ ଟିମ ଓ ପ୍ରଶାସନ ଉକ୍ତ ଗ୍ରାମ ମାନଙ୍କରେ ପହଞ୍ଚି ଲୋକଙ୍କୁ ଚିକିତ୍ସା କରିଥିଲେଏହିପରି ଗୋଟିକ ପରେ ଗୋଟିଏ ଗାଁରେ ପତଳା ଝାଡ଼ାରେ ଆକ୍ରାନ୍ତ ହେଉଥିବା ଦେଖି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ସୋଇଛି।କେଉଁ କାରଣରୁ ଏପରି ହେଉଛି ଏଥିପ୍ରତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଅଞ୍ଚଳ ବାସୀ ଅନୁରୋଧ କରିଛନ୍ତି।