କଂଟ୍ରାକ୍ଟର ଏବଂ ଜେଇଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର ରାସ୍ତା କାମ
ଘଟଗାଁ : କଂଟ୍ରାକ୍ଟର ଏବଂ ଜେଇଙ୍କ ମଧୁଚନ୍ଦ୍ରିକାରେ ଚାଲିଥିଲା ନିମ୍ନମାନର କାମ, ବିରୋଧ କଲେ କାମ ନପାଇଥିବା ଗୋଷ୍ଟି,ଏସଡିଓ ସାଜିଲେ ମଧ୍ୟସ୍ଥି;ଏମିତି କିଛି ଘଟଣା ଦେଖାଯାଇଛି ଘଟଗାଁ ବ୍ଲକ ଟିକିରାରେ ଥିବା ଆଦର୍ଶ ବିଦ୍ୟାଳୟ ପରିସରରେ ଚାଲିଥିବା କାମରେ । ବିଦ୍ୟାଳୟ ପରିସର ଭିତରେ ହଷ୍ଟେଲ୍କୁ ସଂଜୋଗି କରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩୨ ଲକ୍ଷ ଟଙ୍କା ବ୍ୟୟ ବରାଦରେ କାମ ଆରମ୍ଭ ହୋଇଛି । ତେବେ ଏଠାରେ କଂଟ୍ରାକ୍ଟର ଏବଂ ଜେଇଙ୍କ ମିଳିତ ମଧୁଚନ୍ଦ୍ରକାରେ ରାସ୍ତାକାମଟି ଅତି ନିମ୍ନମାନର ହେଉଥିବା ବେଳେ ଏହାକୁ ବିରୋଧ କରିଛନ୍ତି କାମ ନପାଇଥିବା ଅନ୍ୟ କଂଟ୍ରାକ୍ଟର ଗୋଷ୍ଠି । ଆଉ ଘଟଣାଟି ମିଡିଆ ନଜରକୁ ଆସିବା ପରେ ମଧ୍ୟସ୍ଥି ସାଜି ସବୁ ଠିକ୍ ହୋଇଯିବ ବୋଲି ସାନ୍ତ୍ୱନା ଦେଉଛନ୍ତି ବିଭାଗୀୟ ଏସଡିଓ ।
ସମ୍ପୁର୍ଣ୍ଣ ଖବର ଅନୁସାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଟିକିରା ଆଦର୍ଶ ବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ୍କୁ ଯିବା ଆସିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୩୨ଲକ୍ଷ ଟଙ୍କାର କଂକ୍ରିଟ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଛି । ରାସ୍ତାକାମଟି କରୁଥିବା କଂଟ୍ରାକ୍ଟର ଏବଂ ଜେଇଇଙ୍କ ମିଳିତ ସଲାସୁତୁରାରେ ଗତ ଶନିବାର ରାତିରୁ ଛୁଟିର ସୁଯୋଗରେ ନିମ୍ନ ମାନର କାମ କରିବା ଆରମ୍ଭ କରି ଦେଇଥିଲେ । ଯେମିତିକି ରାସ୍ତାରେ ପ୍ରଥମେ ଉଚିତ୍ ମାନର ବାଲି ଓ ମାଟି ପଡିବା କଥା ଯାହା ପଡିନାହିଁ, ଯେଉଁ ସାଇଜ୍ର ମେଣ୍ଟାଲ୍ ପଡିବା କଥା ତାଠାରୁ ବଡ ବଡ ସାଇଜ୍ର ମେଣ୍ଟାଲ୍ ପଡିଛି, ରାସ୍ତା କାମରେ ଧଳା ଚିପ୍ସର ଅନୁମତି ନାହିଁ ! କିନ୍ତୁ ଧଳା ଚିପ୍ସରେ ମଧ୍ୟ କାମ ଚାଲିଥିଲା । ଆହୁରୀ ମଧ୍ୟ ନିୟମ ଅନୁଯାୟୀ ସିମେଂଟ ଗୋଳା ଯାଇ ମେଟାଂଲିଂ ହେବା କଥା କିନ୍ତୁ ଏଠାରେ ବିନା ସିମେଂଟରେ ମେଟାଂଲ ବିଛା ଯାଇଥିବା ମଧ୍ୟ ଦେଖା ଯାଇଛି । ଅନ୍ୟପକ୍ଷରେ ଯେ କୌଣସି କାମ କରିବା ପୂର୍ବରୁ ସୁଚନାଫଳକ ଲଗାଯିବା କଥା ତାହା ମଧ୍ୟ ଲଗାଯାଇନାହିଁ । ତେବେ ଏମିତି କାମ ବିଷୟରେ ଖବର ପାଇ କାମ ନପାଇଥିବା ଅନ୍ୟ କଂଟ୍ରାକ୍ଟର ଗୋଷ୍ଠି କାମକୁ ବିରୋଧ କରିବା ସହ ବିଭାଗୀୟ ଏସ୍ଡିଓ ଉମାକାନ୍ତ ଜୟସିଂଙ୍କୁ ଫୋନ କରି କାମ ପାଖକୁ ଡକାଇଥିଲେ ଓ ନିମ୍ନ ମାନର କାମ ହେଉଥିବାର ଦେଖାଇ ଥିଲେ । ପ୍ରତ୍ୟେକ ସରକାରୀ କାମକୁ ତଦାରଖ କରିବା ପାଇଁ ଜେଇଇ ନିଯୁକ୍ତି ହୋଇଥିବା ବେଳେ ଜେଇଇ ମାନେ ମୋଟା ଅଙ୍କର ପିସି ନେଇ ନିମ୍ନ ମାନର କାମ କରାଉଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି । ତେବେ ଏହି କାମରେ ମଧ୍ୟ କଂଟ୍ରାକ୍ଟର ମହାଶୟ ସିଧା ସଳଖ ଜେଇଇଙ୍କ କହିବା ଅନୁଯାୟୀ ଏମିତି କାମ କରୁଥିଲେ ବୋଲି ଆମ ପ୍ରକାଶ କରିଛନ୍ତି ! ଯାହା ଉକ୍ତ ଜେଇଇଙ୍କ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଅନ୍ୟପକ୍ଷରେ ଘଟଗାଁ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍ଡିଓ ଘଟଣାସ୍ଥଳରେ ପହଂଚି ନିମ୍ନମାନର କାମ ହେଉଥିବା ଦେଖି କଂଟ୍ରାକ୍ଟରଙ୍କୁ କାମଟିକୁ ପୁନଃନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓ ଜେଇଇଙ୍କ ଦ୍ୱାରା ଭୁଲ ହୋଇଥିବା ସ୍ୱିକାର କରିଛନ୍ତି । ଆହୁରୀ ମଧ୍ୟ ଆଗକୁ ସବୁ ଠିକ୍ ହେଇ ଯିବ କହି ମଧ୍ୟସ୍ଥି ସାଜିଛନ୍ତି । ଏଭଳି ନିମ୍ନମାନର କାମ ଘଟଗାଁ ଅଂଚଳରେ ବାରମ୍ବାର ଦେଖିବାକୁ ମିଳୁଥିବା ବେଳେ ଜେଇଇ ମହାଶୟ ବିରୋଧରେ ଏସ୍ଡିଓ ମହାଶୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନହାନ୍ତି କାହିଁକି ? ନାଁ ଏସ୍ଡିଓ ମହାଶୟଙ୍କର ମଧ୍ୟ ପିସି କାରବାରରେ ଭାଗ ରହୁଛି କି ? ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଠି କରୁଛି । ତେବେ କାମଟି ପୁଣଃ ନିର୍ମାଣ ହେଉଥିବା ବେଳେ ଏପରି ଲାଭଖୋର ଜେଇଇ ଓ କଂଟ୍ରାକ୍ଟରଙ୍କ ବିରୁଦ୍ଧରେ ଦୃଷ୍ଠାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହୋଇଛି ।


