ଗରିମା ଯୋଜନାରେ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର (ଓ୍ବାଇଏନଏସ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ‘ଗରିମା କନକ୍ଲେଭ୍‌’ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତ୍ରପୁର ପୌରପରିଷଦକୁ ଏହି ସମ୍ମାନ ପ୍ରଦାନ କରିଥିଲେ। ସ୍ୱଚ୍ଛତା କର୍ମଚାରୀ ଓ ସଫେଇ କର୍ମଚାରୀଙ୍କ ସୁରକ୍ଷା, ସମ୍ମାନ ଓ କଲ୍ୟାଣକୁ ଗୁରୁତ୍ୱ ଦେଇ ଗରିମା ଯୋଜନାର ବିଭିନ୍ନ ବ୍ୟବସ୍ଥାକୁ ପ୍ରଭାବଶାଳୀ ଭାବେ କାର୍ଯ୍ୟକାରୀ କରିଥିବାରୁ ଛତ୍ରପୁର ପୌରପରିଷଦ ଏହି ସ୍ୱୀକୃତି ହାସଲ କରିଛି। ଏହି ଅବସର ରେ ଛତ୍ରପୁର ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଂଶସା ପତ୍ର ସହିତ ସମ୍ମାନୀତ କରିଥିଲେ l  ତାଙ୍କ ସହିତ ସାନିଟେସନ ଏକ୍ସପୋର୍ଟ ଏବଂ ଷ୍ଟାପ ଉପସ୍ଥିତ ଥିଲେ l  ଏହି ସମ୍ନାନ ମିଳିବା ପରେ ଛତ୍ରପୁର ପୌର ପରିଷଦ ରେ ଆନନ୍ଦ ଉତ୍ସବ ପାଳନ କରାଯାଇଥିଲା l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ