ବିଜୁବାବୁଙ୍କ ୧୦୩ ତମ ଜନ୍ମଜୟନ୍ତୀ ପାଳିତ

ହିଞ୍ଜିଳିକାଟୁ (ଜୁଗାବ୍ଦ ନ୍ୟୁଜ୍‍): ହିଞ୍ଜିିଳିକାଟୁ ପୌରାଞ୍ଚଚଳ ବିଜେଡି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ , କଳିଙ୍ଗର ବରପୁତ୍ର ତଥା ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ମଙ୍ଗଳବାର ପୂର୍ବାହ୍ନରେ ହିିଞ୍ଜିଳିକାଟୁ ପୌରାଞ୍ଚଚଳ ବିଜେଡ଼ି ସଭାପତି ଭୀମସେନ ବେହେରାଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ ସ୍ଥାନୀୟ ବଇଁଚବଣିଆ ପୂର୍ତ୍ତବିଭାଗ ଡ଼ାକ ବଙ୍ଗଳା ଠାରୁ ଏକ ବିରାଟ ଶେଭାଯାତ୍ରରେ ନଗର ପରିକ୍ରମା କରିଥିଲେ । ସ୍ଥାନୀୟ ଲକ୍ଷ୍ମୀ ବଜାର ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତିରେ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରୁ ହିିଳିକାଟୁ ଡ଼ାକ୍ତରଖାନା ଅଭିମୂଖେ ଯାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ପାଚିଲା ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ନିକଟରେ ସ୍ଥାପିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ଉପସ୍ଥିତ କର୍ମୀ ସ୍ୱର୍ଗତ ବିଜୁବାବୁଙ୍କ ସ୍ୱପ୍ନର ସମୃଦ୍ଧ ଓଡ଼ିଶା ଓ ଜୀବନ କାହାଣୀ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପୌରାଞ୍ଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ପୂର୍ବତନ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ପୂର୍ବତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗୌଡ଼, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ନିଳମଣି ପଟ୍ଟନାୟକ, କୋରାମଣି ରାଉଳ, ସରୋଜ କୁମାର ପଣ୍ଡା, ମାନସ ରଂଜନ ବେହେରା, ଯୁଧିଷ୍ଟିର ସ୍ୱାଇଁ, ପ୍ୟାରୀ ମୋହନ ପାଢି, ଜଟି ମହାରଣା, ମନୋଜ କୁମାର ସାବତ, କୃଷ୍ଣ ସାହୁ, କାହ୍ନୁ ଚୌଧୁରୀ, ପର୍ଶୁରାମ ସାହୁ, ରଂଜନ କୁମାର ପ୍ରଧାନ, ନକୁଳ ସେଠିଙ୍କ ସମତେ ୫୦ ରୁ ଉର୍ଦ୍ଧ ବିଜେଡ଼ି କର୍ମୀ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ