ୟୁରୋ କିଡସ୍ ସ୍କୁଲ ପକ୍ଷରୁ ମତ୍ସ୍ୟଜିବୀ ମାନଙ୍କୁ ମାସ୍କ ବଣ୍ଟନ

ଛତ୍ରପୁର : ୟୁରୋ କିଡସ୍ ସ୍କୁଲ ପକ୍ଷରୁ ଜନସାଧାରଣଙ୍କୁ ମାଗଣାରେ ମାସ୍କ୍ ବଣ୍ଟନ କରାଯାଇଛି । କରୋନା ସଂକ୍ରମଣରୁ ନିଜକୁ ସୁରକ୍ଷିତ ନିମନ୍ତେ ବିଭିନ୍ନ ପ୍ରତିକାର ଉପରେ ସ୍କୁଲ ପକ୍ଷରୁ ସଚେତନତା କରାଯାଇଛି । ସ୍କୁଲ ମୁଖ୍ୟ ସସ୍ମିତା ମହାପାତ୍ର ଶୁକ୍ରବାର ଅପରାହ୍ନରେ ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଂଚାୟତ ସାନଆର୍ଯ୍ୟପଲ୍ଲୀ ଓ କତୁର ଗ୍ରାମରେ ପହଞ୍ଚି ଶିଶୁ ଠାରୁ ଆରମ୍ଭ କରି ୫ ଶହରୁ ଉର୍ଦ୍ଧ୍ୱ ମତ୍ସ୍ୟଜିବୀ ମହିଳା ଓ ପୁରୁଷ ମାନଙ୍କୁ ମାସ୍କ୍ ବଣ୍ଟନ କରିଥିଲେ । ଏହାସହ ହାତ ଧୋଇବା ଏବଂ ଭୟାବହ ମାରାତ୍ମକ କରୋନା ସଂପର୍କରେ ମତ୍ସ୍ୟଜିବୀ ମାନଙ୍କୁୁ ସଚେତନ କରାଇଥିଲେ । କରୋନାରୁ କିପରି ନିଜକୁ ଦୁରେଇ ରଖିବେ , ବାରମ୍ବାର ସାବୁନ୍ ରେ ହାତ ଧୋଇବା ସହ ମୁହଁରେ ମାସ୍କ ବ୍ୟବହାର, ବାହାରେ ବହୁ ସମୟ ବୁଲା ବୁଲି ନକରିବା, ଜନଗହଳି ସ୍ଥାନରୁ ଦୂରେଇ ରହିବା, ଜ୍ୱର, ଥଣ୍ଡା ଓ କାଶ ହେଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନେବା କୁ ସ୍କୁଲ ମୁଖ୍ୟ ଶ୍ରୀମତି ମହାପାତ୍ର ମତ୍ସ୍ୟଜିବୀ ମାନଙ୍କୁ ବୁଝାଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ପରିଚାଳନା ନିର୍ଦ୍ଦେଶକ ପି. ଅନୀଲ ରେଡ୍ଡୀ, କର୍ମଚାରୀ ଭଗବାନ ସ୍ୱାଇଁ ମଧ୍ୟ ଉପସ୍ଥିତ ରହି ମାସ୍କ୍ ବଣ୍ଟନ କରିଥିଲେ । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ସମସ୍ତ ଗାଇଡ୍ ଲାଇନ୍ ଅନୁସାରେ ଶକ୍ତି ଏଣ୍ଡ ଏଜୁକେସନ ଆଣ୍ଡ ଚାରିଟେବଲ ଟ୍ରଷ୍ଟ ଜରିଆରେ ପରିଚାଳିତ ହେଉଥିବା ଛତ୍ରପୁର ୟୁରୋ କିଡସ୍ ସ୍କୁଲ କାର୍ଯ୍ୟ କରି ଆସୁଥିବା ବେଳେ ସମସ୍ତ ଜନମଙ୍ଗଳ କାର୍ଯ୍ୟରେ ଶକ୍ତି ଏଣ୍ଡ ଏଜୁକେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଯୁବଆଇନଜିବୀ ରଂଜନ କୁମାର ମହାପାତ୍ର ସହଯୋଗ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ