ନିର୍ବାଚନ ପରେ ଇଭିଏମ କ’ଣ କରାଯାଏ?
ଲୋକସଭା ନିର୍ବାଚନ ଶେଷ ହୋଇଛି । ଫଳାଫଳ ମଧ୍ୟ ପ୍ରକାଶ ପାଇସାରିଛି । ଏହି ସମୟରେ ଇଭିଏମକୁ ନେଇ ବେଶ୍ ତୁମ୍ବିତୋଫାନ ମଧ୍ୟ ସୃଷ୍ଟି ହୋଇଥିଲା । ୯୦ କୋଟି ଭୋଟରଙ୍କ ପାଇଁ ନିର୍ବାଚନ କମିଶନ୍ ଲକ୍ଷାଧିକ ଇଭିଏମ୍ର ବ୍ୟବସ୍ଥା କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ନିର୍ବାଚନ ସରିବା ପରେ ଏସବୁ ଇଭିଏମକୁ କ’ଣ କରାଯାଏ । ନିର୍ବାଚନ ସରିବା ପରେ ଓ ବିଜୟୀ ଘୋଷଣା ପରେ ଷ୍ଟ୍ରଙ୍ଗ ରୁମରେ ଏସବୁକୁ ରଖାଯାଏ । ପୁଣି ଥରେ ଷ୍ଟ୍ରଙ୍ଗ ରୁମରେ ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀଙ୍କ ଉପସ୍ଥିତିରେ ସିଲ୍ କରାଯାଏ ।ନିର୍ବାଚନ କମିଶନର ଜଣେ ଅଧିକାରୀ କହିଛନ୍ତି ଯେ ନିର୍ବାଚନ ଫଳ ଘୋଷଣାର ୪୫ ଦିନ ଯାଏଁ କୌଣସି ପ୍ରାର୍ଥୀ ଯଦି ଚାହିଁବେ ପୁନଃ ଗଣନା ପାଇଁ ଆବେଦନ କରିପାରିବେ । ୪୫ ଦିନ ପରେ ପୁଣି ମତଗଣନା ପାଇଁ ଆବେଦନ କରିପାରିବେନାହିଁ । କେନ୍ଦ୍ର ଓ ରାଜ୍ୟର ସୁରକ୍ଷାବଳଙ୍କ ସାହାଯ୍ୟରେ ଏସବୁ ଇଭିଏମ୍ ୪୫ ଦିନ ପାଇଁ ଏସବୁର ସୁରକ୍ଷା କରିଥାନ୍ତି । ପରେ ନିର୍ବାଚନ କମିଶନ୍ଙ୍କ ଇଞ୍ଜିନିୟରମାନେ ଇଭିଏମ୍ର ଯାଞ୍ଚ କରିଥାନ୍ତି । ସବୁ ଠିକ୍ ଜଣାପଡ଼ିବା ପରେ ପରବର୍ତ୍ତୀ ମତଦାନ ପାଇଁ ସକ୍ଷମ ବୋଲି ଘୋଷଣା କରାଯାଇଥାଏ । ଏହା ପରେ ଆଉ ଯେଉଁଠି ନିର୍ବାଚନ ହେବାକୁ ଥାଏ, ସେଠାକୁ ପଠାଯାଏ ।


