ହାତୀ ଶାସ୍ତ୍ର ଅନୁସାରେ

ହାତୀ:ଶାସ୍ତ୍ର ଅନୁସାରେ ନୂଆ ଘରର ଶୁଭାରମ୍ଭରେ ହାତୀ କିମ୍ବା ଯୋଡା ହାତୀ ପ୍ରଦାନ କରିବା ଶୁଭ । ସୁନା, ରୂପା ଟେରାକୋଟା ହେଉ ଅବା କାଠରେ ନିର୍ମିତ ହାତୀ କିମ୍ବା ଯୋଡା ହାତ ଆପଣ ଉପହାର ଆକାରରେ ଦେଇପାରିବେ । ଆପଣ ନିଜ ବଜେଟ ଅନୁସାରେ ଏନେଇ ନିଷ୍ପତ୍ତି ନେଇପାରିବେ । ଏପରିକି ହାତୀର ପେଣ୍ଟିଙ୍ଗ ମଧ୍ୟ ଆପଣ ଦେଇପାରିବେ । ହାତୀକୁ ସୁଖ, ସମୃଦ୍ଧି, ଐଶ୍ୱର୍ଯ୍ୟ ସୌଭାଗ୍ୟର ପ୍ରତୀକ କୁହାଯାଏ । ବାସ୍ତୁ ଅନୁସାରେ ଏହି ଉପହାର ପ୍ରଦାନ କଲେ ଘର ମାଲିକଙ୍କ ଆର୍ଥିକ ଅଭିବୃଦ୍ଧି ହେବା ସହ ତାଙ୍କ ସହିତ ଆପଣଙ୍କ ସମ୍ପର୍କରେ ମଧୁରତା ମଧ୍ୟ ବଢ଼ିଥାଏ । ଶାସ୍ତ୍ରବିତ୍ଙ୍କ ମତରେ କୌଣସି ବନ୍ଧୁଙ୍କ ଘରର ବାସ୍ତୁ ପୂଜା ବେଳେ ତାଙ୍କୁ ଘୋଡାର ଫଟୋ ଉପହାର ସ୍ୱରୂପ ଦିଅନ୍ତୁ । ବନ୍ଧୁ ବ୍ୟବସାୟୀ ହୋଇଥିଲେ ଏହା ତାଙ୍କ ପାଇଁ ଅଧିକ ଶୁଭ ଫଳ ପ୍ରଦାନ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ