ଚିକିଟି ପ୍ରତିଗ୍ରାମର ରାସ୍ତାରେ ୬ ରୁ ୧୦ ହମ୍ପସ, ଦୂର୍ଘଟଣା ଘଟୁଛି ,ପ୍ରଶାସନ ଚେତିବ କେବେ ?

ଚିକିଟି , ( ଯୁଗାବ୍ଦ ନ୍ୟୁଜ) : ଚିକିଟି ଅଂଚଳରେ ଥିବା ସମସ୍ତ ଗ୍ରାମର ଗାଡି , ମୋଟର ଯାତାୟତ କରୁଥିବା ରାସ୍ତାରେ ପ୍ରତି ୧୦୦ ମିଟର ବ୍ୟବଧାନରେ ୬ ରୁ ୧୦ ଟି ହମ୍ପସ ପ୍ରସ୍ତୁତ କରାଯାଇଛି । ହମ୍ପସ ଗୁଡିକର ଉଚ୍ଚତା ଅଧିକ ହୋଇ୍ଥିବାର ଯାତ୍ରୀ ମାନ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରତି ଦିନ ପିତାତଳି ଠାରୁ ନକର ପର୍ଯ୍ୟନ୍ତ ମଧ୍ୟରେ ଥିବା ସମସ୍ତ ଗ୍ରାମରେ ୧୦୦ ମିଟର ବ୍ୟବଧାନରେ ହମ୍ପସ ତିଆର କରାଯାଇଛି । ଏହା ଦ୍ୱାରା ଯାତ୍ରୀ ମାନେ ନାର୍ହି ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରୋଗୀ ସେବା ପାଇଁ ୧୦୮ ଆମ୍ଭୁଲାନସ୍ ଗୁଡିକ ମେଡିକାଲକୁ ଗଲାବେଳେ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । କିଛି ଯାତ୍ରୀ ବାଇକ ଯୋଗେ ଯାତ୍ା କରିଲା ସମୟରେ ଛିଟିକି ପଡି ଆହାତ ହୋଇଥିବାର ଦେଖାଯାଉଛି । ଓ ଏହି ରାସ୍ତା ରେ ପ୍ରତିଦିନ ଦୂଘଁଟଣା ଘଟୁଛି । ତେଣୁ ହମ୍ପସ ଗୁଡିକୁ ସାଧାରଣରେ ଭାଙ୍ଗିବାକୁ ଦାବି ହୋଇଛି । ଆଉ କିଛି ବ୍ୟକ୍ତି ରାସ୍ତାରେ ହମ୍ପସ କରୁଥିବାର ମଧ୍ୟ ନଜିର ରହିଛି । ତେଣୁ ପ୍ରଶାସନ ରାସ୍ତାରେ ଥିବା ଅତ୍ୟଧିକ ହମ୍ପସ ଗୁଡିକୁ ବାହାର କରିବା ପାଇଁ ଦୃଷ୍ଟି ଦେବା ଦରକାର  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ