ବାଇକ ଧକ୍କାରେ ଅଟୋ ଚାଳକ ମୃତ

ହିଂଜିଳିକାଟୁ, (ଶେଷଦେବ ସାହୁ): ୫୯ ନଂ ଜାତୀୟ ରାଜପଥ ହିଂଜିଳି ଥାନା ସମରଝୋଳ ଛକରେ ସୋମବାର ରତିରେ ଏକ ମୋଟର ସାଇକେଲ ଧକ୍କାରେ ଜୈନିକ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଜରଡ଼ା ଥାନା ତମ୍ବପୁର ଗ୍ରାମର ନାରାୟଣ ଶବର (୨୮) । ଏ ନେଇ ନଂ- ୧୩୭/୧୯ ରେ ଏକ ମାମଲା ରୁଜୁ କରି ହିଂଜିଳି ପୁଲିସ ମୋଟର ସାଇକେଲକୁ ଜବତ କରିବା ସହ ବାଇକ ଚାଳକଙ୍କୁ ଗିରଫ କରିଛି ୠିରଫ ଜଣକ ଦିଗପହଣ୍ଡି ଥାନା ବଡ଼ଡ଼ୁମୁଳା ଗ୍ରାମର ଶ୍ରୀଧର ସାହୁ । ମଙ୍ଗଳବାର ଦିନ ଅଟୋ ଚାଳକ ନାରାୟଣଙ୍କ ଶବ ବ୍ୟବଛେଦ କରାଯିବା ପରେ ପରିବାର ସଦସ୍ୟଙ୍କୁ ଶବକୁ ହସ୍ତାନ୍ତର କରାଯାଇଥିବା ବେଳେ ବାଇକ ଚାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।
ପ୍ରକାଶ ଯେ, ସୋମବାର ରାତି ପ୍ରାୟ ସାଢେ ୮ ଟାରେ ଜରଡ଼ା ଥାନା ତମ୍ବପୁର ଗ୍ରାମର ନାରାୟଣ ଶବର ଅଟୋକୁ ମରାମତିସ କରିବା ପାଇଁ ହିଂଜିଳି ଥାନା ସମରଝୋଳ ଛକକୁ ଆସି ଗ୍ୟାରେଜ୍ରେ ଅଟୋକୁ ରଖି କୌଣସି କାମରେ ରାସ୍ତା ପାର ହେଉଥିବା ବେଳେ ବ୍ରହ୍ମପୁର ପଟୁ ହିଂଜିଳି ଅଭିମୂଖେ ଏକ ଟିଭିଏସ ଷ୍ଟାର ଡ଼ିଲକ୍ସ ବାଇକ୍ (ଓଆର୦୭ଏଲ ୦୭୦୬)ଯୋଗେ ଦିଗପହଣ୍ଡି ଥାନା ବଡ଼ଡ଼ୁମୁଳା ଗ୍ରାମର ଶ୍ରୀଧର ସାହୁ ଆସି ଅ ଟୋ ଚାଳକଙ୍କୁ ଧକ୍କା ଦେଇଥିଲେ । ଦୂର୍ଘଟଣାରେ ଅଟୋ ଚାଳକ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଚିକିତ୍ସାଧିନ ସମୟରେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ