ବଡଭାଇ ଆକ୍ରମଣରେ ସାନଭାଇ ଗୁରୁତର

ହାଟଡ଼ିହି  : ବଡଭାଇର ଆକ୍ରମଣରେ ସାନଭାଇ ଗୁରୁତର ଆହତ ହୋଇଥିବା ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ନନ୍ଦିପଦା ଥାନା ଅକରୁଆ ପଞ୍ଚାୟତ ଘୋଷରାପଦା ଗ୍ରାମର ସୁରେଶ ଯେନା ନିଜ ବାଡିରେ ଘର କରୁଥିବାବେଳେ ବଡଭାଇ ପହଲିଯେନା ଓ ତାଙ୍କ ପୁଅମାନେ ଏହାକୁ ବିରୋଧ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବାବେଳେ ପହଲି ଓ ତାର ପୁଅ ଲଳିତ ଯେନା ଏକ କାଠ ଫାଳିଆରେ ଆକ୍ରମଣ କରିବାରୁ ତାର ସୁରେଶଙ୍କ ମୁଣ୍ଡ ସମେତ ଦେହର ଅନେକ ସ୍ଥାନରେ କ୍ଷତ ହୋଇଥିଲା । ଏନେଇ ସୁରେଶ ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସୁରେଶକୁ ପ୍ରଥମେ ହାଟଡିହି ଓ ପରେ ଆନନ୍ଦପୁର ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ