ରେଞ୍ଜର ଛାତ୍ରୀଙ୍କ ବିଦେଶ ଯାତ୍ରା
ଭୁବନେଶ୍ୱର (ଯୁଗାଦ୍ଧ ନ୍ୟୁଜ୍) : ଆମେରିକାର କାନାଡାସ୍ଥିତ ଭାଙ୍କୋଭରଠାରେ ତା୩୧ା୫ା୧୯ରିଖ ଠାରୁ ତା୬ା୬ା୧୯ରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା “ମହିଳା ସୁରକ୍ଷା ସମ୍ମିଳନୀ”ରେ ଅଂଶଗ୍ରହଣ କରିବା ପାଇଁ କଟକ ରେଭେନ୍ସା ଜୁନିୟର ମହାବିଦ୍ୟାଳୟରେ ଅଧ୍ୟୟନରତ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ରେଞ୍ଜର (ସିନିୟର ଗାଇଡ୍) ମିସ୍ ସୋନାକ୍ଷୀ ମଲ୍ଲ ଭାରତରୁ ଏକମାତ୍ର ସଦସ୍ୟା ଭାବେ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି । ଏହି ଅବସରରେ ତା୨୮ା୫ା୧୯ରିଖ ରାଜ୍ୟ ମୁଖ୍ୟାଳୟଠାରେ ମିସ୍ ମଲ୍ଲଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ପରେ ପରେ ସଚିବାଳୟରେ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ମିସ୍ ମଲ୍ଲ ସାକ୍ଷାତ କରିବା ପରେ ସେଠାରେ ମଧ୍ୟ ତାଙ୍କୁ ବିଭାଗ ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା । ତା୨୯ା୫ା୧୯ରିଖ ମିସ୍ ସୋନାକ୍ଷୀ ଆମେରିକା ଯାତ୍ରା କରିବେ ।