ଆର୍ବିଆଇ ଦୃଷ୍ଟିପତ୍ର ଦ୍ୱାରା ଡିଜିଟାଲ୍ ଅର୍ଥବ୍ୟବସ୍ଥାକୁ ବଳ:ଫିନ୍ଟେକ୍

ନୂଆଦିଲ୍ଲୀ, (ଏଜେନ୍ସି): ଆର୍ବିଆଇର ପେମେଣ୍ଟ ପ୍ରଣାଳୀ ଦୃଷ୍ଟିକୋଣ ୨୦୨୧ ଦସ୍ତାବିଜ୍ ଡିଜିଟାଲ୍ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ଓ ସାଧାରଣ ଲୋକଙ୍କ ମଧ୍ୟରେ ବିଶ୍ୱାସ ସୁଦୃଢ଼ କରିବାରେ ସାହାଯ୍ୟକାରୀ ସାବ୍ୟସ୍ତ ହେବ । ଏହି ତଥ୍ୟ ଆର୍ଥିକ ପ୍ରଦ୍ୟୋଗିକ ସହିତ ସମ୍ପୃକ୍ତ କମ୍ପାନୀ ଫିନ୍ଟେକ୍ ପକ୍ଷରୁ ପ୍ରକାଶ କରାଯାଇଛି । ଦେଶରେ ନଗଦର ବ୍ୟବହାରରେ ହ୍ରାସର ଲକ୍ଷ୍ୟ ସହିତ ଭାରାତୀୟ ରିଜର୍ଭ ବ୍ୟାଙ୍କ୍ ସୁରକ୍ଷିତ, ସୁବିଧାଜନକ, ସରଳ ଓ ଶସ୍ତା ଇ-ପେମେଣ୍ଟ ପ୍ରଣାଳୀ ସୁନିଶ୍ଚିତ କରିବା ପାଇଁ ଗତ ସପ୍ତାହରେ ଏକ ଦୃଷ୍ଟିପତ୍ର ଜାରି କରିଥିଲେ । ଡିସେମ୍ବର ୨୦୨୧ ସୁଦ୍ଧା ଡିଜିଟାଲ୍ ପେମେଣ୍ଟର ସଂଖ୍ୟା ୪ଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇ ୮,୭୦୭କୋଟି ଆକଳନ ପର୍ଯ୍ୟନ୍ତ ପହଁଞ୍ଚିଯିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ୍ ସମ୍ଭାବନା ଦର୍ଶାଇଛନ୍ତି । ତେବେ ଦସ୍ତାବିଜ୍ରେ ଉଲ୍ଲେଖିତ ପ୍ରସଙ୍ଗକୁ ୨୦୧୯-୨୧ ମଧ୍ୟରେ ଲାଗୁ କରାଯିବ ବୋଲି ଆର୍ବିଆଇ ପକ୍ଷରୁ କୁହାଯାଇଥିଲା । ପେଭର୍ଲ୍ଡର ସିଓଓ ପ୍ରବୀଣ ଧବାଇ କହିଛନ୍ତି ଯେ ଦୃଷ୍ଟିପତ୍ରରେ ପେମେଣ୍ଟ ପ୍ରଣାଳୀ ସହିତ ସମ୍ପୃକ୍ତ ସେବା ପ୍ରଦାନକାରୀଙ୍କୁ ସଶକ୍ତ କରିବା ଓ ଏଥିସହିତ ଉପଭୋକ୍ତାଙ୍କ ପାଇଁ ସରଳ ନେଣଦେଣ ସୁନିଶ୍ଚିତ କରିବା ଉପରେ ଜୋର୍ ଦିଆଯାଇଛି । ଫିନ୍ଟେକ୍ କନ୍ଭର୍ଜେନ୍ସ କାଉନ୍ସିଲ୍ର ଅଧ୍ୟକ୍ଷ ନବୀନ ସୂର୍ଯ୍ୟ କହିଛନ୍ତି ଯେ କେୱାଇସିକୁ ସରଳ କରିବା, ଡିଜିଟାଲ କେୱାଇସି ଓ କେୱାଇସି ବ୍ୟୁରୋ ସହିତ ଅଣ-ବ୍ୟାଙ୍କିଂ ଆର୍ଥିକ କମ୍ପାନୀଗୁଡ଼ିକୁ କ୍ରେଡ଼ିଟ୍ କାର୍ଡ଼ ଜାରି କରିବାର ଅଧିକାର ଦେବା ସହିତ ସମ୍ପୃକ୍ତ ବର୍ତ୍ତମାନର ନିୟମକୁ ସରଳ କରିବା ପରି ପ୍ରସଙ୍ଗ ଦୃଷ୍ଟିପତ୍ରରେ ସାମିଲ ନାହିଁ । ସର୍ବତ୍ର ଟେକ୍ନୋଲୋଜିର ସଂସ୍ଥାପକ ଓ ଉପାଧ୍ୟକ୍ଷ ମନ୍ଦାର ଅଗାଶେଙ୍କ ମତରେ ଆର୍ବିଆଇର ୨୪³୭ କାମ କରୁଥିବା ହେଲ୍ପଲାଇନ୍ର ସ୍ଥାପନାର ଯୋଜନା ଦ୍ୱାରା ଗ୍ରାହକଙ୍କ ମଧ୍ୟରେ ଡିଜିଟାଲ୍ ପେମେଣ୍ଟକୁ ନେଇ ବିଶ୍ୱାସ ସୁଦୃଢ଼ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ