ସାରା ଓଡ଼ିଶାକୁ ଲକ୍ଡାଉନ୍ ଘୋଷଣା କଲେ ସରକାର
ଭୁବନେଶ୍ବର : କରୋନା ମୁକାବିଲା ପାଇଁ ଆଜି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି । ସମ୍ପୂର୍ଣ୍ଣ ରାଜ୍ୟକୁ ଲକ୍ ଡାଉନ୍ର ଘୋଷଣା କଲେ ରାଜ୍ୟ ସରକାର । ସମସ୍ତ ୩୦ ଜିଲ୍ଲା ଲକ୍ ଡାଉନ୍ ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ମଧ୍ୟ ରାତ୍ରିରୁ ମାର୍ଚ୍ଚ ୨୯ ମଧ୍ୟରାତ୍ରି ଯାଏଁ ଅବଶିଷ୍ଟ ୧୬ ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ପ୍ରଥମେ ୫ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା କରାଯାଇଥିବାବେଳେ ଗତକାଲି ୯ଟି ଜିଲ୍ଲାକୁ ଲକ୍ ଡାଉନ୍ ଘୋଷଣା ହୋଇଥିଲା । ତେବେ ଏବେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍ ଡାଉନ୍ ଘୋଷଣା କରାଯାଇଛି । କରୋନା ମୁକାବିଲା ନେଇ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଏନେଇ ସୂଚନା ଦେଇଛନ୍ତି ।


