ସାପୋରଜି ପାଲୋଞ୍ଜି ଗ୍ରୁଫ୍ ପକ୍ଷରୁ ଫନି ସହାୟତା ପ୍ରଦାନ
ଭୂବନେଶ୍ୱର , ( ଯୁଗାବ୍ଦ ନ୍ୟୁଜ୍ ) : ସାପୋରଜି ପାଲୋଞ୍ଜି ପକ୍ଷରୁ ଫନି ସାମୁଦ୍ରିକ ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ସଦର ବ୍ଲକର ଗଣ୍ଡମୁଣ୍ଡା ଭୋଇ ଓ ବିଲ ଭୋଇ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହ ଜୀବିକା ହରାଇଥିବା ସମସ୍ତ ପରିବାରକୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି । ଗ୍ରାମର ୭୫ ଟି ପରିବାରକୁ ସହାୟତା କରାଯାଇଛି । ଗ୍ରାମବାସୀ ମାନଙ୍କ ତରଫରୁ ପ୍ରଂଶସା କରାଯାଇଛି । ଗ୍ରୁଫ ତରଫରୁ ଜଗଦିଶ ଚନ୍ଦ୍ର ରାଉତରାୟ ,ଆସୋସିଏଟ୍ ଭାଇସ ପ୍ରେସିଡେଣ୍ଟ , କର୍ପୋରେଟ ଆଫୟାର ,ଆଣ୍ଡ କମିନ୍ୟୁକେସନ , ସାପୋରଜି ପାଲୋଞ୍ଜି ପୋର୍ଟ ମେନ୍ ଟେନାନ୍ସ ପକ୍ଷରୁ ବାତ୍ୟା ପ୍ରଭାବିତ ଅଂଚଳ କୁ ସାହାର୍ଯ୍ୟକରିବା ନିମନ୍ତେ ଏହି ଗ୍ରୁଫ ସଦାବେଳେ ଜାଗ୍ରତ ବୋଲି କହିଥିଲେ । ହାବିବାଟ ଫର ହୁମାନିଟି ଇଣ୍ଡିଆ ଏବଂ ମହାଶକ୍ତି ଫାଉଣ୍ଡେସନ ସହଯୋଗରେ ଗ୍ରୁଫ ପକ୍ଷରୁ ରିଲିଫ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।


