ଚୀନରେ ‘ହନ୍ତା ’ ଭାଇରସରେ ଜଣେ ମୃତ୍ୟୁ
ନୂଆଦିଲ୍ଲୀ : ସମଗ୍ର ବିଶ୍ୱକୁ ବର୍ତ୍ତମାନ ଗ୍ରାସ କରିରଖିଚି କରୋନା ଭାଇରସ ଏହାର ବିପତ୍ତିରେ ଥରହର ହୋଇ ବିଶ୍ୱ ରହିଥଲାବେଳେ ପୁଣି ଚିନ୍ତା ବଢ଼ାଇଛି ଚିନରୁ ଉତ୍ପତି ଅନ୍ୟ ଗୋଟେ ଭାଇରସ ହଣ୍ଟା । ଗତବର୍ଷ ଚୀନର ଉହାନ ସହରରୁ ଜାତ ହୋଇଥିବା କରୋନା ଭାଇରନରେ ବର୍ତ୍ତମାନ ବିଶ୍ୱର ୧୯୫ ଦେଶକୁ କବଳିତ କରି ରଖିଥିଲାବେଳେ ଏହାର ପ୍ରଭାବରେ ପାଖାପାଖି ୧୮ ହଜାର ଲୋକଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ପ୍ରାୟ ୩ଲକ୍ଷ ୫୦ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ରହିଥିବା ଜଣାପଡିଛି । କରୋନାରୁ ମୁକ୍ତି ମିଳିବା ପାଇଁ ବହୁବିକଶିତ ଦେଶ ନିଜର ଉଦ୍ୟମ ଜାରି ରଖିଥିଲାବେଳେ ଏଥିରେ କେହି ସଫଳ ହୋଇପାରିନାହାନ୍ତି, ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗୀବାସହ ମୃତୃ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି,ଏହାରି ମଧ୍ୟରେ ଚୀନରୁ ଆଉ ଗୋଟେ ନୂଆ ମାରାତ୍ମକ ଭାଇରସ ‘ହନ୍ତା’ ବାହାରି ମୃତର ଦୂତ ଭାବେ ଉଭାହେଲାଣି । କରୋନା ପରେ ଚୀନରେ ‘ହଣ୍ଟା’ ଭାଇରସରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଚୀନରୁ ପ୍ରକାଶିତ ଏକ ଦୈନିକ ଖବର କାଗଜ ଗ୍ଲୋବାଲ ଟାଇମ୍ସରେ ଏ ନେଇ ଗୋଟିଏ ରିପୋର୍ଟ ବାହାରିଛି, ଚୀନର ହୁବେଇ ପ୍ରଦେଶର ରାଜଧାନୀ ଉହାନରେ କରୋନା ଉତ୍ପତି ହୋଇ ଥିବାବେଳେ ଏବେ ପୁନର୍ବାର ଚୀନର ୟୁନାନ ପ୍ରୋଭିନ୍ସରୁ ସାଂଡଙ୍ଗ ପ୍ରୋଭିନ୍ କର୍ମସ୍ଥଳୀକୁ ଯାଉଥିବା ବେଳେ ଗତ ସୋମବାରଏହି ‘ହନ୍ତା ’ ଭାଇରସରେ ସଂକ୍ରମିତ ହୋଇଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୩୨ ଜଣ ଆକ୍ରାନ୍ତ ଥିବା ଜଣାପଡିଛି। ମୃତ୍ୟୁ ହେବାପରେ ଚୀନବାସୀ ଆତଙ୍କିତ ହୋଇ ପଡିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭାଇରସ ବିଷୟରେ ଜାଣିବା ପାଇଁ ଲୋକମାନେ ଗୁଗୁଲ ସର୍ଚ କରୁଛନ୍ତି। ଚୀନର ଲୋକମାନେ ହଣ୍ଟା ଭାଇରସ୍ ମହାମାରୀ ହେବା ପୂର୍ବରୁ ପ୍ରତିରୋଧ ପ୍ରୟାସ କରିବା ପାଇଁ ତତ୍ପର ହୋଇପଡିଛନ୍ତି । ଏଥିପ୍ରତି ଆଗୁଆ କିପରି ହନ୍ତା ଭାଇରସକୁ ରୋକିହେବ ସେଥିପାଇଁ ଚୀନ ପ୍ରୟାସ କରୁଥିବା ଜଣାପଡିଛି।
ହନ୍ତା ଭାଇରସ୍ କଣ….
ହନ୍ତା ଭାଇରସ୍ ସାଂଘାତିକ ନୁହେଁ। ଏହି ଭାଇରସ କରୋନା ପରି ବାୟୁରେ ବିସ୍ତାର ହୁଏ ନାହିଁ। ଏହି ଭାଇରସ୍ ମୂଷାମାନଙ୍କଠୁ ମଣିଷ ଦେହକୁ ଆସିଥିାଏ। ହନ୍ତା ଭାଇରସରେ ଆକ୍ରାନ୍ତ ଥିବା ବ୍ୟକ୍ତିର ସଂସ୍ପର୍ଶରେ ଯଦି ଜଣେ ସୁସ୍ଥ ବ୍ୟକ୍ତି ଆସନ୍ତି ଏବଂ ଏହାପରେ ନିଜ ହାତକୁ ପାଟି,ନାକ କିମ୍ବା ଆଖିକୁ ଛୁଇଁଥାଏ ତେବେ ଏହା ବ୍ୟାପିଥିାଏ ବୋଲି ସୂଚନା ରହିଛି । ଜଣେ ସୁସ୍ଥ ବ୍ୟକ୍ତି ମୂଷା ମଳ, ମୁତ୍ର ଛୁଇଁବା ପରେ ହାତ ସଫା ନକରି ପାଟି, ନାକ କିମ୍ବା ଆଖିକୁ ଛୁଇଁଥାଏ ତେବେ ଏହି ଭାଇରସରେ ସଂକ୍ରମିତ ହେବାରୁ ଆଶଙ୍କା ରହିଥାଏ ।
ଏହାର ଲକ୍ଷଣ….
ହନ୍ତା ଭାଇରସରେ ଆକ୍ରାନ୍ତ ହେଲେ ସାଧାରଣତଃ ଜ୍ବର, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ପେଟ ଯନ୍ତ୍ରଣା, ବାନ୍ତି ସହ ଝାଡା ହେବାର ସମ୍ଭାବନା ରହିଛି । ଏହି ଲକ୍ଷଣ ଦେଖାଦେବା ପରେ ମଧ୍ୟ ସଂକ୍ରମିତ ବ୍ୟକ୍ତି ଚିକିତ୍ସାରେ ବିଳମ୍ବ କରନ୍ତି ତେବେ ଫୁସଫସ୍ ଭିତରେ ପାଣି ଭରିଯାଏ ବୋଲି ବିଶେଷଜ୍ଞମାନେ ମତଦେଇଛନ୍ତି । ଯାହା ଦ୍ବାରା ଶ୍ବାସକ୍ରିୟାରେ ଅସୁବିଧା ହେବାସହ ଆକ୍ରାନ୍ତ ବ୍ୟକ୍ତି ମୃତ୍ୟୁ ମୁଖରେ ପଡି ପାରେ।
ଏହାର ପ୍ରଥେମେ ଉତ୍ପତି….
ହନ୍ତା ଭାଇରସ ପ୍ରଥମେ ଉନବିଂଶ ପଞ୍ଚ ଦଶକରେ କୋରିଆରେ ପ୍ରଥମେ ଦେଖା ଦେଇ ଥିବାବେଳେ ବିଶ୍ୱର କେତେକ ଦେଶରେ ମଧ୍ୟ ଚିହ୍ନଟ ହୋଇଥିଲା ।


