ସାମ୍ସଙ୍ଗ ଏସି ବିକ୍ରିରେ ୩ଠ% ବୃଦ୍ଧି

ନୂଆଦିଲ୍ଲୀ, (ଏଜେନ୍ସି): ସାମ୍ସଙ୍ଗ ଇଣ୍ଡିଆ ପକ୍ଷରୁ ଚଳିତ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଏସି ବିକ୍ର କ୍ଷେତ୍ରରେ ୩୦% ଅଭିବୃଦ୍ଧି କରିଛି । ଏହି ବିକାଶ ପ୍ରକ୍ରିୟା ଆଧାରରେ, କମ୍ପାନୀ ଆଗାମୀ ତ୍ରୈମାସରେ ମଧ୍ୟ ଏହି ବିକାଶର ଧାରାକୁ ଜାରି ରଖିବା ପାଇଁ ଆଶା ରଖିଛି । ପୂର୍ବ ଓ ଦକ୍ଷିଣ ଭାରତରେ ସାମ୍ସଙ୍ଗ ଏୟାର କଣ୍ଡିସନର ଗ୍ରାହକଙ୍କ ମଧ୍ୟରେ ଲୋକପ୍ରିୟ ବ୍ରାଣ୍ଡ ହେବାରେ ସକ୍ଷମ ହୋଇଛି । ଏଥିରେ ଅଧିକ ୱାରେଣ୍ଟି ଓ ଶକ୍ତି ଦକ୍ଷତା ରହିଛି । ଟ୍ରିପଲ୍ ଇନ୍ଭର୍ଟର ସିରିଜ୍ରେ ସାମସଙ୍ଗ ଏୟାର କଣ୍ଡିସନର ସର୍ବୋତ୍ତମ ୱାରେଣ୍ଟି ପ୍ରଦାନ କରିଥାଏ । ଏହି ସିରିଜ୍ ଟ୍ରିପଲ୍ ୱାରେଣ୍ଟି ଲାଭ ଯଥା କମ୍ପ୍ରେସର ଉପରେ ୧୦ ବର୍ଷର ୱାରେଣ୍ଟି, ଡ୍ୟୁରାଫିନ୍ କଣ୍ଡେନ୍ସର ଉପରେ ୫ ବର୍ଷର ୱାରେଣ୍ଟି ଓ ଉଭୟ ଇନ୍ଡୋର ଏବଂ ଆଉଟ୍ଡୋର ୟୁନିଟ୍ରେ ପିସିବି କଣ୍ଟ୍ରୋଲର ଉପରେ ୨ ବର୍ଷର ୱାରେଣ୍ଟି ପ୍ରଦାନ କରିଥାଏ । ଏହି ଦକ୍ଷତା ଦୃଷ୍ଟିକୋଣରୁ, ଏହାର ନୂଆ ଟ୍ରିପଲ ଇନ୍ଭର୍ଟରରେ ଗ୍ରାହକଙ୍କ ଶକ୍ତି ସଞ୍ଚୟ ହୋଇଥାଏ । ଏହା ଇଲେକ୍ଟ୍ରିସିଟି ବିଲ୍କୁ ନିୟନ୍ତ୍ରିତ କରିଥିବା ବେଳେ କୁଲିଂ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥାଏ । ଗ୍ରାହକମାନଙ୍କ ପାଇଁ କମ୍ପାନୀ ଶକ୍ତି ଦକ୍ଷତା, ଦ୍ରୁତ କୁଲିଂ, ଦୀର୍ଘସ୍ଥାୟୀତ୍ୱ ଓ ନୂଆ ଟେକକ୍ନୋଲୋଜି ପ୍ରଦାନ କରିବା ସହିତ ଏହା ସମସାମୟିକ ଡିଜାଇନ୍ ମଧ୍ୟ ପ୍ରଦାନ କରିଥାଏ । ଭାରତୀୟ ଗ୍ରାହକମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାମ୍ସଙ୍ଗ ଏହାର ଏୟାର କଣ୍ଡିସନର ବିକାଶ କରିଛି । ତେବେ ଏହାର ଉତ୍ପାଦଗୁଡ଼ିକ ଭାରତ ପାଇଁ ପ୍ରସ୍ତୁତ କରାଯାଇଥିବା କମ୍ପାନୀ ପକ୍ଷରୁ ଉଲ୍ଲେଖ କରାଯୋଇଛି । ସାମ୍ସଙ୍ଗର କନ୍ଭର୍ଟିବଲ୍ ମୋଡ୍ କମ୍ କମ୍ପ୍ରେସର କ୍ଷମତାର ଉପଯୋଗ କରେ, ଶକ୍ତି ଖର୍ଚ୍ଚକୁ କମ୍ କରେ ଓ ବିଦ୍ୟୁତ୍ ବିଲ୍କୁ ହ୍ରାସ କରେ । କନ୍ଭର୍ଟିବଲ୍ ମୋଡ୍ କାରଣରୁ, ବ୍ୟବହାରକାରୀ ୨୬% ପର୍ଯ୍ୟନ୍ତ ବିଦ୍ୟୁତ୍ ସଞ୍ଚୟ କରିପାରିବେ, କାରଣ ଏୟାର କଣ୍ଡିସନର କୁଲିଂ କ୍ଷମତାକୁ ଆଡ୍ଜଷ୍ଟ କରିଥାଏ ଓ କମ୍ ଶକ୍ତିର ବିନିଯୋଗ କରିଥାଏ । ତେଣୁ ଏକ ୨ ଟନ୍ ଏସିକୁ ୧.୫ ଟନ୍ ଏସିରେ ରୂପାନ୍ତରିତ କରାଯାଇପାରିବ, ସେହିଭଳି ୧.୫ ଟନ୍ କୁ ୧ ଟନ୍ରେ ଓ ୧ ଟନ୍ ଏସିକୁ ୦.୮ ଟନ୍ରେ ଏହି ବୈଶିଷ୍ଟ୍ୟ ବ୍ୟବହାର କରି କମ୍ କରାଯାଇପାରିବ । ଏହା ବ୍ୟତୀତ, ସାମ୍ସଙ୍ଗ ଟ୍ରିପଲ୍ ଇନ୍ଭର୍ଟର ସିରିଜ୍ରେ ଟ୍ରିପଲ୍ ସୁରକ୍ଷା କଞ୍ଜ୍ୟୁମର ଷ୍ଟାବିଲାଇଜର ଫ୍ରି ଅପରେସନ ଓ କମ୍ପ୍ରେସର କଣ୍ଟ୍ରୋଲର ଓ ସାସି ପ୍ରୋଟେକ୍ଟର ପ୍ରଦାନ କରିଥାଏ ଯାହା ଦୀର୍ଘସ୍ଥାୟୀତ୍ୱକୁ ବୃଦ୍ଧି କରିଥାଏ । ଭାରତୀୟ ଗ୍ରାହକ ଓ ଭାରତୀୟ ଅବସ୍ଥାକୁ ଧ୍ୟାନରେ ରଖି ଷ୍ଟାବିଲାଇଜର ଫ୍ରି ଅପରେସନକୁ ବିକାଶ କରାଯାଇଛି । ଏହି ବୈଶିଷ୍ଟ୍ୟ ଏସିକୁ ହଠାତ୍ ଭୋଲ୍ଟେଜ୍ ବୃଦ୍ଧି ବା ହ୍ରାସରୁ ସୁରକ୍ଷା ପ୍ରଦାନ କରେ । ସାମ୍ସଙ୍ଗ କାମେଲିଆ ଫ୍ଲୋରାଲ୍ ପାଟର୍ଣ୍ଣକୁ ଏହାର ଏସି ଡିଜାଇନ୍ରେ ଉପସ୍ଥାପନ କରିଛି । କମ୍ପାନୀ ଦ୍ୱାରା ଫ୍ଲେକ୍ସିବଲ୍ ଫାଇନାନ୍ସ ସ୍କିମ୍ ଉପସ୍ଥାପନ କରାଯାଇଛି । ଏହାଦ୍ୱାରା ଗ୍ରାହକଙ୍କ ପାଇଁ ଏସି କିଣିବା ସହଜ ହୋଇଛି । ଏଥିରେ ଶୂନ ଡାଉନ୍ ପେମେଣ୍ଟ ଓ ଦୀର୍ଘ ଅବଧି ଇଏମ୍ଆଇର ସୁବିଧା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ