କମିଲା ପିଏନ୍ବିର ୪ର୍ଥ ତ୍ରୈମାସିକ କ୍ଷତି
ନୂଆଦିଲ୍ଲୀ, (ଏଜେନ୍ସି): ରାଷ୍ଟ୍ରାୟତ କ୍ଷେତ୍ରର ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍ (ପିଏନ୍ବି)ର ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସରେ (ଜାନୁଆରୀ-ମାର୍ଚ୍ଚ)ର କ୍ଷତି ହ୍ରାସ୍ ପାଇ ୪୭୫୦କୋଟି ଟଙ୍କାରେ ପହଞ୍ଚିଛି । ହଜାରେ କୋଟି ଟଙ୍କାର ଘୋଟାଲା କାରଣରୁ ପିଏନ୍ବିକୁ ଗତ ଆର୍ଥିକ ବର୍ଷର ସମାନ ତ୍ରୈମାସରେ ୧୩,୪୧୭କୋଟି ଟଙ୍କାର କ୍ଷତି ହୋଇଥିଲା । ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ଯେ ତ୍ରେମାସରେ ଏହାର ଗ୍ରସ୍ ନନ୍ ପରାର୍ଫମିଙ୍ଗ (ଏନ୍ପିଏ) ହ୍ରାସ୍ ପାଇ ୧୫.୫୦%ରେ ରହିଛି । ଯାହାକି ମାର୍ଚ୍ଚ ୨୦୧୮ରେ ୧୮.୩୮% ଥିଲା । ଏହି ପ୍ରକାରରେ ବ୍ୟାଙ୍କ୍ର ନେଟ୍ ଏନ୍ପିଏ ୧୧.୨୪%ରୁ ହ୍ରାସ୍ ପାଇ ୬.୫୬% ରହିଛି । ଅରବପତି ଜୁଏଲର୍ ନୀରବ ମୋଦି ଓ ମୋହୁଲ୍ ଚୋକ୍ସୀ ପିଏନ୍ବିରେ ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍ ଠକେଇ କରିଥିଲେ । ଏହା ପରେ ୨୦୧୭-୧୮ର ମାର୍ଚ୍ଚ ତ୍ରୈମାସରେ ବ୍ୟାଙ୍କ୍କୁ ୧୩,୪୧୭କୋଟି ଟଙ୍କାର କ୍ଷତି ହୋଇଥିଲା । କୌଣସି ଏକ ତ୍ରୈମାସରେ ଏହା ପିଏନ୍ବିର ସବୁଠାରୁ ବଡ଼ କ୍ଷତି ଥିଲା । ପରେ ବ୍ୟାଙ୍କ୍ ତୀବ୍ର ଭାବେ ଏଥିରେ ବୃଦ୍ଧି ହାସଲ କରିଛି । ଯଦ୍ୱାରା ବ୍ୟାଙ୍କ୍ର କ୍ଷତି ଲଗାତାର ଭାବେ ହ୍ରାସ୍ ପାଇବାରେ ଲାଗିଛି ।


