ଫଳ ଦୋକାନ ସୀମାକୁ ନେଇ ବିବାଦ, ପ୍ରଶାସନ ହସ୍ତକ୍ଷେପ ପରେ ଜଣେ ଅଟକ
ଯୋଡା : ପୌରପାଳିକା ଅନ୍ତର୍ଗତ ଯୋଡା ବସଷ୍ଟାଣ୍ଡ ଠାରେ ବୁଧବାର ସକାଳେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ସାରା ଦେଶ କରୋନା ଭାଇରସରେ ଆତଙ୍କ ଥିବା ବେଳେ କେନ୍ଦୁଝର ଜିଲ୍ଲା ଯୋଡା ଠାରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ବାସ୍ତବରେ ଦୁର୍ଭାଗ୍ୟ କହିଲେ ଭୁଲ ହେବନାହିଁ । ବସଷ୍ଟାଣ୍ଡ ଠାରେ ଫଳ ଦୋକାନ କରିଥିବା ଜନୈକ ଦୋକାନୀ ଦୋକାନ ଗୃହ ଠାରୁ ନିଜ ସମ୍ମୁଖ ଭାଗକୁ ଅଧିକ ବଢାଇ ବସଷ୍ଟାଣ୍ଡକୁ କବଜା କରି ଏକ ଫଳ ଦୋକାନ ଚଳାଉଥିବାରୁ ତାକୁ ନେଇ ଉପୁଜିଥିଲା ସମସ୍ୟା । ଭିଡ ଏବଂ ଟ୍ରାଫିକ ନିୟନ୍ତ୍ରଣ କ୍ଷେତ୍ରରେ ଫଳ ଦୋକାନଟି ସମସ୍ୟା ସୃଷ୍ଟି କରୁଥିବା ଉପଲବ୍ଧି କରିବା ପରେ ଯୋଡା ପୌରପାଳିକାର ନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ବସଷ୍ଟାଣ୍ଡରେ ପହଞ୍ôଚ ତାଙ୍କୁ ଏପରି କରିବାକୁ ବାରଣ କରିବାରୁ ଦୋକାନୀ ନିଜ ଘରୁ ମହିଳା ଡକାଇ ନିର୍ବାହୀ ଅଧିକାରୀଙ୍କ ସହ ଅବାନ୍ତର ଯୁକ୍ତି କରିବାରୁ ଅନ୍ୟକୌଣସି ଉପାୟ ନପାଇ ନିର୍ବାହୀ ଅଧିକାରୀ ଯୋଡା ଥାନା ପୋଲିସର ସହାୟତା ଲୋଡିଥିଲେ । ଘଟଣାସ୍ଥଳରେ ଯୋଡା ଥାନା ପୋଲିସ ପହଞ୍ôଚ ଉକ୍ତ ଦୋକାନୀଙ୍କୁ ଅନେକ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ପୋଲିସ ସହିତ ଯୁକ୍ତିତର୍କ ଏବଂ ବେଆଇନ ଜବରଦଖଲ ଅଭିଯୋଗରେ ଦୋକାନୀକୁ ଅଟକ ରଖିଥିବା ଖବର ହସ୍ତଗତ ହୋଇଛି ।


