ପିଲାଙ୍କ ଭଳି ମଇଁଷିର ହୁଏ ମୁଣ୍ଡନ ଉତ୍ସବ

ହିନ୍ଦୁ ଧର୍ମରେ କୌଣସି ମାନସିକଧାରୀ କିମ୍ବା ନବଜାତ ଶିଶୁଙ୍କ ମଙ୍ଗଳକାମନା ସକାଶେ ମୁଣ୍ଡନ ଉତ୍ସବ ହୋଇଥାଏ । ହେଲେ ମଇଁଷିର ମୁଣ୍ଡନ ଉତ୍ସବ କଥା ଜାଣିଲେ ନିଶ୍ଚିନ୍ତ ନିଆରା ଲାଗିବ । ନିକଟରେ ଉତ୍ତରପ୍ରଦେଶ ସ୍ଥିତ ଫତେହପୁର ଜିଲ୍ଲାରେ ଥିବା ଖାଗା ତହସିଲର ସରୋଲି ଗ୍ରାମରେ ଏହିପରି ଉତ୍ସବ ପାଳିତ ହୋଇଛି । ଚାଷୀ ଜୟଚନ୍ଦ୍ର ସିଂହ ନିଜ ମଇଁଷିର ମୁଣ୍ଡନ ଉତ୍ସବ କରିଛନ୍ତି । ବାଜା, ରଙ୍ଗୀନ ଆଲୋକ ସହିତ ଭୋଜିଭାତ ଆୟୋଜନ କରି ସେ ଗ୍ରାମରେ ଥିବା ଏକ ଦୁର୍ଗା ମାତାଙ୍କ ମନ୍ଦିରରେ ଉତ୍ସବ ପାଳନ କରିଛନ୍ତି । ଏ ବର୍ଷ ପୂର୍ବରୁ ଜୟଚନ୍ଦ୍ର ୬ ଲକ୍ଷ ଟଙ୍କା ଦେଇ ଏକ ମଇଁଷି କିଣିଥିଲେ । ହେଲେ ମଇଁଷିର ଯେତେଥର ବାଛୁରୀ ଜନ୍ମ ଦେଉଥିଲା, ସେମାନେ ସବୁ ଏକ ମାସରେ ଭିତରେ ମୃତ୍ୟୁବରଣ କରୁଥିଲେ । ଫଳରେ ମଇଁଷିର କ୍ଷୀର ହେଉନଥିଲା । ଏଥିରେ ବ୍ୟସ୍ତ ହୋଇ ଜୟଚନ୍ଦ୍ର ଗ୍ରାମଦେବୀଙ୍କ ପାଖରେ ମାନସିକ କରିଥିଲେ । ମଇଁଷିର ପ୍ରଥମ ବାଛୁରୀ ଜୀବିତ ରହିଲେ ସେ ତାର ମୁଣ୍ଡନ ଉତ୍ସବ କରିବେ । ଏବେ ଜୟଚନ୍ଦ୍ରଙ୍କର ମାନସିକ ସଫଳ ହେବା ପରେ ସେ ଆନନ୍ଦିତ ହୋଇ ବାଛୁରୀର ମୁଣ୍ଡନ କରି ସମସ୍ତ ଗ୍ରାମବାସୀଙ୍କୁ ମିଠା ବଣ୍ଟନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ