ଘର ଘର ବୁଲି ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ପିଇଓ,ସରପଞ୍ଚ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌):ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମର ଘର ଘର ବୁଲି ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଂଗୀତା ପାଣିଗ୍ରାହୀ ଓ ସରପଞ୍ଚ ବିଷ୍ଣୁ ମୋହନ ଜେନା ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ହିତାଧିକାରୀ ମାନଙ୍କୁ ୪ ମାସର ଭତ୍ତା ବାଣ୍ଟିଥିବାର ଦେଖାଯାଇଛି । ଏହି କାର୍ଯ୍ୟରେ ବ୍ଲକ ନୋଡାଲ ଏନ୍‌.ଜି.ଓ. ତଥା ସି.ଏଫ.ଡବ୍ଲ୍ୟୁ.ଏସ୍‌.ଡିର ପ୍ରତିନିଧି ନୃସିଂହ ମହାନ୍ତି, ପି.ଏ.ଜି. ଅକ୍ଷୟ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶ ଯେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ହିତାଧିକାରୀ ମାନଙ୍କୁ ଘରେ ଭତ୍ତା ପ୍ରଦାନ କରିବା ନିମନ୍ତେ ନିର୍ଦ୍ଦେଶ ହୋଇଥିଲା । ଅପରପକ୍ଷେ ସରକାରୀ କର୍ମଚାରୀ, ଜନପ୍ରତିନିଧି ଓ ସ୍ୱେଚ୍ଛାସେବୀ ମାନେ କରୋନା ଭାଇରସ ସଂକ୍ରମଣକୁ ଖାତିର ନକର ନିଜର ଦାୟୀତ୍ୱ ସଂପାଦନ କରୁଥିବାର ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ