ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ

(ଯୁଗାବ୍ଦ ନ୍ୟୁଜ),ପ୍ରତିବର୍ଷ ସାରା ବିଶ୍ୱରେ ତମାଖୁ ସେବନ ହେତୁ ପ୍ରାୟ ୭୦ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ତମାଖୁ ସେବନର କୁପ୍ରଭାବ ଏବଂ ତତଜନିତ ଜଟିଳତାକୁ ଲକ୍ଷରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ପ୍ରତିବର୍ଷ ମଇ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ରୁପେ ପାଳନ କରାଯାଏ ।
୨୦୧୯ର ବିଷୟବସ୍ତୁ –
ନିମ୍ନଲିଖିତ ପ୍ରସଙ୍ଗ ଉପରେ ଅଧିକରୁ ଅଧିକ ସଚେତନ କରାଇବା ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସର ମୁଳ ଲକ୍ଷ୍ୟ ।
• କର୍କଟ ରୋଗଠାରୁ ଆରମ୍ଭ କରି ପୁରାତନ ଶ୍ୱାସ ରୋଗ ପର୍ପ୍ୟନ୍ତ ମନୁଷ୍ୟ ସ୍ୱାସ୍ଥ୍ୟ ଉପରେ ତମାଖୁର କିପରି କୁପ୍ରଭାବ ରହିଛି
• ଏକ ସୁସ୍ଥମୟ ଜୀବନଯାପନ କରିବାରେ ଫୁସଫୁସର ଭୁମିକା
• ତମାଖୁ ସେବନ ତଥା ତମାଖୁର ବ୍ୟବହାରକୁ ନିୟନ୍ତ୍ରଣ କରିବା ସକାଶେ ସଠିକ ପଦକ୍ଷେପ ନେବା ଏବଂ ନୀୟମାବଳୀ ଲାଗୁ କରିବା ।
ଧୁମ୍ରପାନ ଓ ତମାଖୁ ସ୍ୱନ ଅଣସଂକ୍ରାମକ ରୋଗଗୁଡିକର ପ୍ରମୁଖ୍ୟ କାରଣ ମଧ୍ୟରୁ ଅନ୍ୟତମ । ପରୋକ୍ଷ ଧୁମପାନ ଯୋଗୁଁ ଶିଶୁ ମାନଙ୍କର ଶ୍ୱାଶନଳୀ ର ରୋଗ ଗୁଡିକ ତ୍ୱରାନ୍ୱିତ ହେବାରେ ଲାଗିଛି । ତମାଖୁରେ ଥିବା ରାସାୟନିକ ପଦାର୍ଥ , ଯକ୍ଷ୍ମା ରୋଗର ସମ୍ଭାବନାକୁ ମଧ୍ୟ ବୃଦ୍ଧି କରିଥାଏ । ସୁତରାଂ ତମାଖୁର ବ୍ୟବହାର ଉପରେ କଟକଣା ନଲଗାଇଲେ ଏକ ସୁସ୍ଥ ଜୀବନଯାପନ କରିବା ମନୁଷ୍ୟ ପାଇଁ ଅସମ୍ଭବ ହୋଇଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ