ଜନସାଧାରଣଙ୍କ ନିକଟରେ ଆବଶ୍ୟକ ସାମଗ୍ରୀ ନିରାପଦାରେ ପହଂଚାଇବା ନେଇ ସରକାର ଅଙ୍ଗିକାରବଦ୍ଧ

ନୂଆଦିଲ୍ଲୀ : କୋଭିଡ-୧୯ ଲକଡାଉନ ଯୋଗୁଁ ଦେଶ ସମ୍ମୁଖିନ ହେଉଥିବବା ବିଭିନ୍ନ ବିଷୟ ନେଇ କେନ୍ଦ୍ର ରେଳ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପିୟୁଷ ଗୋଏଲ ଏକ ଦୃଶ୍ୟଶ୍ରାବ୍ୟ ସମ୍ମିଳନୀ ଜରିଆରେ ଭିତିଭୂମି ଓ ଇ-କମର୍ସ କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ଲୋକମାନଙ୍କ ନିକଟରେ ସହଜ ଓ ନିରାପଦ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବା ଲାଗି ତାଙ୍କ ସରକାର ଅଙ୍ଗିକାରବଦ୍ଧ ବୋଲି ସେ ଶିଳ୍ପ ଜଗତର ଉଦ୍ୟୋଗପତିମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ଏହି ବୈଠକରେ ସ୍ନାପଡିଲ, ସଫ୍ଟକ୍ଲୁଜ, ଫ୍ଲିପକାର୍ଟ, କୋକର୍ସ, ନେଟମେଡ, ଫାର୍ମଇଜି, ୱାନଏମଜ.., ଉଡାନ, ଆମାଜନ ଇଣ୍ଡିଆ, ବିଗ ବାସ୍କେଟ, ଜମାଟୋ ଏବଂ ବୃହତ ରିଟେଲର ମେଟ୍ରୋ କ୍ୟାସ ଏଣ୍ଡ କ୍ୟାରି, ବଲମାର୍ଟ, ଆରପିଜି, ଏକ୍ସପ୍ରେସ ଇଣ୍ଡଷ୍ଟ୍ରିକାଉନସିଲ, ଡେଲିଫେରି, ସେଫ ଏକ୍ସପ୍ରେସ, ପେଟିଏମ, ସ୍ୱିଗି ଭଳି ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ । ଯେପରି ସୁରୁଖୁରୁରେ ସାଧାରଣ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ସୁଚାରୁରୂପେ ପହଂଚେ, ତାହାକୁ ନିଶ୍ଚିତ କରିବା ପାଇଁ ଜିପିଆଇଆଇଟି ନିୟମିତ ଭାବେ ରିଟେଲର ଏବଂ ଇ-କମର୍ସ କମ୍ପାନୀମାନଙ୍କ ସହ ଯୋଗସୂତ୍ର ରକ୍ଷା କରିଛନ୍ତି । ଜିପିଆଇଆଇଟିର ପଦକ୍ଷେପ ଯୋଗୁଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିଭିନ୍ନ ରାଜ୍ୟ ସରକାରଗୁଡିକୁ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ କିପରି ଠିକ୍ ଭାବେ ପରିଚାଳିତ ହେବ, ସେଥିପାଇଁ ଏକ ଏସଓପି ବା ପରିଚାଳନାଗତ ମାନକ ନିର୍ଦ୍ଧାରଣ କରିଛନ୍ତି । ଏହି ବିଭାଗ ଦ୍ୱାରା ଏକ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ପରିବହନ ଓ ସାମଗ୍ରୀର ବିତରଣ, ପ୍ରସ୍ତୁତି ଓ ସାଧାରଣ ଲୋକମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଯୋଗାଣ ନେଇ ଲକଡାଉନ ସମୟରେ ବିତରଣକାରୀମାନେ ସମ୍ମୁଖିନ ହେଉଥିବା ଅଭାବ ଅସୁବିଧାର ମଧ୍ୟ ତଦାରଖ କରୁଛନ୍ତି । ଲକଡାଉନକୁ ଦୃଷ୍ଟିରେ ରଖି ଭାରତୀୟ ପେଟେଂଟ କାର୍ଯ୍ୟାଳୟ ବିଭିନ୍ନ ଆଇନ ଅଧିନର ଅବଧି ସୀମାକୁ ବଢ଼ାଇବା ସହ ତଥ୍ୟ ପ୍ରଦାନ ଓ ଦେୟ ପଇଠ ଇତ୍ୟାଦି ବିଷୟ ନେଇ କୋହଳ ମନୋଭାବ ଗ୍ରହଣ କରିଛନ୍ତି । ଏହା ପେଟେଂଟ ପାଇଁ ଆବେଦନକାରୀଙ୍କ ଦରଖାସ୍ତ ଦେବା ସମୟ ଓ ଟ୍ରେଡମାର୍କ ଇତ୍ୟାଦି ପାଇବା ନେଇ ଲକଡାଉନ ବେଳେ କୌଣସି ଅସୁବିଧା ସୃଷ୍ଟି କରିବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ