ଭେଂଟିଲେଟର କିଣିବାକୁ ଏସଜେଭିଏନ ଦେବ ଏକ କୋଟି ଟଙ୍କା

ନୂଆଦିଲ୍ଲୀ : କେନ୍ଦ୍ର ଉର୍ଜା ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ମିନିରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ଏସଜେଭିଏନ ଲିଃ କରୋନା ସଂକ୍ରମଣର ମୁକାବିଲା ପାଇଁ ଏକ କୋଟି ଟଙ୍କାର ସହାୟତା ଯୋଗାଇ ଦେବାକୁ ନୀତିଗତ ଭାବେ ନିଷ୍ପତି ନେଇଛି । ଉଦ୍ୟୋଗର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ନନ୍ଦଲାଲ ଶର୍ମା କହିଛନ୍ତି ଯେ ଏହି ଅର୍ଥରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେଉଥିବା ଭେଂଟିଲେଟର କିଣାଯିବ । ଏହି ଭେଂଟିଲେଟର ଗୁଡ଼ିକ ମଧ୍ୟରୁ ୬ଟି ଶିମଳାସ୍ଥିତ ଇନ୍ଦିରା ଗାନ୍ଧୀ ମେଡ଼ିକାଲ କଲେଜ ହସ୍ପିଟାଲ ଓ ୫ଟି ଟଣ୍ଡାସ୍ଥିତ ଡକ୍ଟର ରାଜେନ୍ଦ୍ର ପ୍ରସାଦ ମେଡ଼ିକାଲ କଲେଜରେ ବ୍ୟବହୃତ ହେବ ।ଏହାଛଡ଼ା ଅବଶିଷ୍ଟ ଭେଂଟିଲେଟରକୁ ଖବେରିର ରାମପୁର ହସ୍ପିଟାଲକୁ ଦିଆଯିବ । ଶର୍ମା କହିଛନ୍ତି ଯେ ତାଙ୍କ ସଂସ୍ଥା କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଉଛି । ମାସ୍କ, ସାନିଟାଇଜର ଓ ଗ୍ଲୋଭ ଭଳି ଅନ୍ୟାନ୍ୟ ଅତ୍ୟାବଶ୍ୟକ ଡାକ୍ତରୀ ସାମଗ୍ରୀ କିଣିବାକୁ ଏସଜେଭିଏନ ଲିଃ ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ