ବାଲେଶ୍ୱରଠାରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ): ଆଜି ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ସମ୍ମିଳନୀ ଗୃହରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଉପ-ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର‌୍ୟ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତମାଖୁ ବର୍ଜନ ଦିବସକୁ ସାରା ବିଶ୍ୱରେ ପାଳନ କରିବାର ଉଦ୍ଦେଶ୍ୟ ସଂପର୍କରେ ଅବଗତ କରିବା ସହିତ ଶେଷରେ ଉପସ୍ଥିତ ସମସ୍ତ ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ତମାଖୁ ବର୍ଜନ ସକାଶେ ଏକ ଶପଥ ପାଠ କରାଇଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା, ରଂଜନ କୁମାର ପାଢୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ପରେ କାର‌୍ୟ୍ୟକ୍ରମର ଆଭିମୁଖ୍ୟ ଓ ଆବଶ୍ୟକତା ଉପରେ ବକ୍ଷ ଓ ଯକ୍ଷା୍ମ ଚିକିତ୍ସାଧିକାରୀ ଡା. ପ୍ରଭାତ କୁମାର ବେହେରା ପୁଙ୍ଖାନୁପୁଙ୍ଖ ଭାବେ ବିଷୟବସ୍ତୁ ଏବଂ ଚଳିତ ବର୍ଷର ସ୍ଲୋଗାନ “ତମାଖୁ ଫୁସଫୁସ୍ର ସ୍ୱଚ୍ଛତା” ଉପରେ ବିଶେଷ ଆଲୋକପାତ କରିଥିଲେ । ବିଶ୍ୱରେ ପ୍ରତିବର୍ଷ ତମାଖୁ ସେବନ ଜନିତ ରୋଗରେ ଆକ୍ରାନ୍ତ ହୋଇ ପ୍ରାୟ ୬୦ ମିିଲିୟନ ଲୋକ ଅକାଳ ମୃତ୍ୟୁମୁଖରେ ପଡୁଥିବାରୁ ଏହା ସମାଜ ପାଇଁ ଏକ ମାରାତ୍ମକ ବ୍ୟାଧି ଭାବେ ପରିଗଣିତ ହୋଇଥିବା ଦୃଷ୍ଟିରୁ ଆଜି ଦିବସର ପାଳନର ଗୁରୁତ୍ୱ ଅଧିକ ରହିଥିବା ପ୍ରକାଶ କରାଯାଇଥିଲା । ଏହା କେବଳ ସମାଜରେ ସ୍ୱାସ୍ଥ୍ୟ ସମସ୍ୟା ହିଁ ସୃଷ୍ଟି କରେ ନାହିଁ, ତମାଖୁ ବିପଣନ ଦ୍ୱାରା କିଛି କତିପୟ ଲୋକଙ୍କ ପାଖକୁ ଲାଭାଂଶ ଯାଉଥିବା ବେଳେ ଦେଶର ପ୍ରଭୂତ ରାଜସ୍ୱ ହାନୀ ଘଟୁଛି । ତେଣୁ ସମସ୍ତଙ୍କୁ “ଜୀବନକୁ ପସନ୍ଦ କରନ୍ତୁ ତମାଖୁକୁ ନୁହଁ” ଏହି ମର୍ମରେ ବୈଠକରେ ଅନ୍ୟାନ୍ୟ ବିଶେଷଜ୍ଞମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ ।
ସକାଳେ ତମାଖୁ ବର୍ଜନ ଉପରେ ସଚେତନତା ସୃଷ୍ଟି ସକାଶେ ଏକ ସଚେତନତା ରାଲିର ଆୟୋଜନ କରାଯାଇ ସହର ପରିକ୍ରମା କରାଯାଇଥିଲା । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ୧୯୮୬ରୁ କରାଯାଇ ଆସୁଥିବା ଏହି କାର‌୍ୟ୍ୟକ୍ରମରେ ବହୁଳମାତ୍ରାରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ବ୍ୟବସାୟିକ ପ୍ରତିଷ୍ଠାନ, ସ୍କୁଲ, କଲେଜ ପ୍ରଭୃତିକୁ ସାମିଲ କରାଯାଇ ସଚେତନତା କାର‌୍ୟ୍ୟକ୍ରମକୁ ବ୍ୟାପକ କରାଯାଇ ପାରିଲେ ଏହାର ସୁଫଳ ସମାଜ ପାଇପାରନ୍ତା ବୋଲି ମତପ୍ରକାଶ ପାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏପିଡି(ଅର୍ଥ) ଶ୍ରୀ ଅଜୟ କୁମାର ସେଠୀ, ଏଡିପିଏଚଓ ଡା. ଅନ୍ତର‌୍ୟ୍ୟାମୀ ମିଶ୍ର, ଡା ଏସ.ଏସ୍. ଚୌଧୁରୀ, ଏଡିପିଏଚ୍ଓ ଡା. ପରେଶ ଚନ୍ଦ୍ର ନନ୍ଦୀ, ଡା. ଗିରୀଶ ଚନ୍ଦ୍ର ପତି, ଡିପିଏମ ଶ୍ରୀ ପି.ପି.ପତି, ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ୱାସ୍ଥ୍ୟ କର୍ମଚାରୀ ଓ ନର୍ସିଂ ଛାତ୍ରୀଗଣ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ