କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଓଡିଶାର ଅବଦାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟପାଳି ଆରମ୍ବ କରିସାରିଛନ୍ତି ଏବଂ ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ବାଣ୍ଟି ସାରିଛନ୍ତି । ଏହି କ୍ରମରେ ଓଡିଶାକୁ ମିଳିଛି ଦୁଇଟି ମନ୍ତ୍ରୀପଦ । ମଧ୍ୟପ୍ରଦେଶ ରୁ ରାଜ୍ୟସଭାକୁ ନିର୍ବଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ଙ୍କୁୁ ପୂର୍ବଭଳି ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଓ ବାଲେଶ୍ୱରୁ ସାଂସଦ ଭାବେ ପ୍ରଥମ ଥର ସଂସଦକୁ ନିର୍ବାଚିତ ହୋଇଥିବା ପ୍ରତାପ ଷଡଙ୍ଗୀ ଙ୍କୁ ରାଷ୍ଟ୍ର ଭାବେ ଚୟନ କରିଛନ୍ତି ମୋଦି । ସୁନ୍ଦରଗଡ ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଜୁଏଲ ରାମ ଙ୍କୁ ମନ୍ତ୍ରୀ ପଦ ମିଳିନାହିଁ । ମୋଦିଙ୍କ ଦ୍ୱିତୀୟ ଇଂନିସରେ ଯଦି ଆମେ ଇତିହାସ କୁ ଅନୁଶୀଳନ କରିବା ଯେବେ ଦେଖିବା ଯେ ଅଟଳ ବିହାରୀ ବାଜପେୟୀ ଙ୍କ ଏନଡିଏ ସରକାରରେ ଓଡିଶାରି ଦୁଇଟି କ୍ୟାବିନେଟ ଓ ଦୁଇଟି ରାଷ୍ଟ୍ର ସମୁଦାୟ ୪ଟି ମନ୍ତ୍ରୀପଦ ପାକାଇଥିଲା ଓଡିଶା , ସେହିପରିବ ଏକାଦଶ ଲୋକ ସଭାରେ ସଂଯୁକ୍ତ ମୋର୍ଚ୍ଚା ନେତୃତ୍ୱ ରେ ଚାଲୁଥିବା ଏଚ.ଡି ଦେବ ଗୌଡଅଂଶୀଦାରରୁ ମାତ୍ର ୭ଜଣ ସାଂସଦ ନିର୍ବାଚିତ ହୋଇଥିଲେ ଲୋକସଭାରେ ବିଶ୍ୱନାଥ ପ୍ରତାପ ସିଂ ସରକାର ଓଡିଶାରୁ ଗୋଟିଏ କ୍ୟାବିନେଟ ଦୁଇଟି ରାଷ୍ଟ୍ରମନ୍ତ୍ରୀ ଓ ଗୋଟିଏ ଉପମନ୍ତ୍ରୀ ପଦ ସମେତ ଲୋକସଭା ର ବାଚସ୍ପତି ପଦ ମିଳିଥିଲା । ଷଷ୍ଠ ଲୋକସଭା ର ମୋରାଜୀ ଦେଶାଇ ଙ୍କ ଜନତା ପାର୍ଟି ସରକାର ଅମଳରେ ଓଡିଶା କୁ ଗୋଟିଏ କ୍ୟାବିନେଟ ମନ୍ତ୍ରୀ ଓ ଦୁଇଟି ରାଷ୍ଟ୍ରମନ୍ତ୍ରୀ ପଦମିଳିଥିଲା । ପରେ ପରେ କ୍ୟାବିନେଟ ପଦ କୁ ତକ୍ରାଳୀନ ସ୍ୱାସ୍ଥ୍ୟ ଓ ପରିବାରର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ରବି ରାୟ କୁ ପଦନ୍ନୋତି ପର ମନ୍ତ୍ରୀ ସଂଖ୍ୟା ର ହେଲା । ଚୌନୁରୀ ଚରଣ ସିଂହ ଙ୍କ ମନ୍ତ୍ରୀମଣ୍ଡଳ ରେ ଓଡିଶା କୁ ଦୁଇଟି କ୍ୟାବିନେଟ ମନ୍ତ୍ରୀ ପଦ ମିଳିଥିଲା । ଚଳିତ ଲୋକସଭା ୮ ଜଣ ବିଜେପି ସାଂସଦ ନିର୍ବାଚନ ହୋଇଛନ୍ତି ଲୋକସଭା କୁ ଏବଂ ଆଉ ଦୁଇଟି ମନ୍ତ୍ରୀ ପଦ ଓଡିଶା କୁ ମିଳିବ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା, କିନ୍ତୁ ତାହା ହୋଇନାହିଁ ।


