କମିଲା ଜିଡିପି୫ ବର୍ଷରେ ସର୍ବନିମ୍ନ
୨ଠ୧୮-୧୯ ଆର୍ଥିକ ବର୍ଷର ଜାନୁଆରୀ-ମାର୍ଚ୍ଚ କ୍ୱାର୍ଟର ବା ତ୍ରୟମାସିକରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୫ ବର୍ଷରେ ସର୍ବନିମ୍ନ ସ୍ତର ୫.୮%କୁ ଖସିଆସିଛି । କୃଷି ଏବଂ ଉତ୍ପାଦନ ଆଦି କ୍ଷେତ୍ରରେ ନିମ୍ନମାନର ପ୍ରଦର୍ଶନ କାରଣରୁ ଏପରି ହୋଇଥିବା କୁହାଯାଉଛି । କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ୨ଠ୧୮-୧୯ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ୬.୮% ଥିଲା, ଯାହାକି ଗତ ଆର୍ଥିକ ବର୍ଷର ୭.୨% ଠାରୁ କମ୍ । ଏହି ଜିଡିପି ହାର ୨ଠ୧୪-୧୫ ପରଠାରୁ ସବୁଠାରୁ କମ୍ । ଏହାପୂର୍ବରୁ ସର୍ବନିମ୍ନ ରେକର୍ଡ ୨ଠ୧୩-୧୪ରେ ୬.୪% ଥିଲା । ଚତୁର୍ଥ କ୍ୱାର୍ଟରରେ ଅଭିବୃଦ୍ଧି ହାର ଚୀନ୍ର ୬.୪%ଠାରୁ ମଧ୍ୟ କମ୍ ରହିଛି ।


