କରୋନା ଆଇନ ଉଲଙ୍ଘନ ଟାଉନ ଥାନାରେ ୨ଟି ମାମଲାରୁଜୁ

କେନ୍ଦ୍ରାପଡା : କରୋନା ଭୂତାଣୁ ସଂକ୍ରମଣ ଆଇନ କୋଭିଡ-୧୯କୁ ଉଲ୍ଲଙ୍ଘନ କରି କାର୍ଯ୍ୟରତ ପୋଲିସକୁ ବାଧାଦେବା ଅଭିଯୋଗରେ ଟାଉନ ଥାନାରେ ୨ଟି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଗତ ୨୪ତାରିଖରେ ସହରର ଜଇପୁରା ଗ୍ରାମର ସେକ ନିଆମତଉଲ୍ଲାଙ୍କ ନାମରେ ଥାନା କେଶ ନମ୍ବର ୪୭/୨୦୨୦ରେ ଆଇପିସିର ଧାରା ୧୮୮,୨୬୯,୨୭୦ ଓ ୨୭୧ରେ ମାମଲା ରୁଜୁ କରାଯାଇଥିବା ବେଳେ ଗତ ୨୬ତାରିଖରେ କୋଭିଡ – ୧୯ର ପୋଲିସ ପାଟ୍ରୋଲିଂ ପାର୍ଟିରେ ଥିବା ସବଇନିସପେକ୍ଟର ସୈାମ୍ୟରଞ୍ଜନ ଜାଲିଙ୍କ ବାରଣକୁ ନମାନି ପୋଲିସକୁ ଗାଳିଗୁଲଜ କରିବା ଅଭିଯୋଗରେ ସଦର ଥାନା ଅନ୍ତର୍ଗତ ଦେପୁର ଗ୍ରାମର ନିର୍ମଳ ଚନ୍ଦ୍ର ବାରିକ ଓ ଟାଉନ ଥାନା ଅନ୍ତର୍ଗତ ଟାଉନବଳରାମପୁର ଗ୍ରାମର ବିଜୟ ବେହେରାଙ୍କ ନାମରେ ଥାନା କେଶ ନମ୍ବର ୪୮/୨୦୨୦ରେ ଆଇପିସିର ଧାରା ୧୮୮, ୨୬୯, ୨୭୦ ଓ ୨୭୧ ଦଫାରେ ମାମଲା ରୁଜୁ କରାଯାଇଥିବା ଥାନା ସୁତ୍ରରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ