ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

ଭଦ୍ରକ ଜିଲ୍ଲା ଧାମନଗର ଥାନା କଲ୍ୟାଣ ପଞ୍ଚାୟତ ଅନ୍ତର୍ଗତ ହାତ ଖଣ୍ଡିଆଳ ଠାରେ ଏକ ତେନ୍ତୁଳି ଗଛରେ ଝୁଲନ୍ତା ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । । ମିଳିଥିବା ସୁଚନା ଅନୁଯାୟୀ ଶନିବାର ଲୋକେ ଗଛରେ ଝୁଲନ୍ତା ଅବସ୍ଥାରେ ଯୁବକ ଜଣକୁ ଦେଖି ଡରିଯାଇଥିଲେ । ଯୁବକ ଜଣକ ଉଲଗ୍ନ ଅବସ୍ଥାରେ ଗଛରେ ଝୁଲୁଥିବାର ୁ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ପୋଷ୍ଟ ମୋର୍ଟମ ପାଇଁ ମେଡିକାଲକୁ ପଠାଇଛି । ଶବବ୍ୟେବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ କାରଣ ଜଣାପଡିବ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ