ଯୋଡାରୁ ଝାଡଖଣ୍ଡ ଓ ବିହାର ୪୦୦ କିମି ଦୂର କୁ ଚାଲିଚାଲି ଯାଉଛନ୍ତି ଶ୍ରମିକ

ଯୋଡା (ଯୁଗାଦ୍ଦ) : ସାରାଦେଶରେ ଲକଡାଉନ ଚାଲିିଥିବାରୁ ଘରୁ ତଥା ନିଜ ରାଜ୍ୟରୁ ବାହାରେ ରହି ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଖାଦ୍ୟ, ପାନୀୟ ବ୍ୟବସ୍ଥା ନପାଇ ହନ୍ତସନ୍ତ ହେଉଥିବା ଘଟଣା ପଦାକୁ ଆସୁଛି । ବସ୍‌, ରେଳ ଚଳାଚଳ ତଥା ଯାତାୟତ ବନ୍ଦ ଥିବାରୁ ନିଜ ଘର ଛାଡି ବାହାର ରାଜ୍ୟରେ କାମ କରିବା ପାଇଁ ଯାଇଥିବା ଶ୍ରମିକ ମାନେ ଘରକୁ ଫେରି ପାରୁନାହାନ୍ତି । ଫଳରେ କିଛି ଶ୍ରମିକ ଘରକୁ ଚାଲି ଚାଲି ଯିବା ପାଇଁ ମଧ୍ୟ ନିଷ୍ପତି ନେଇଛନ୍ତି । ଏହି ଭଳି ଭାବେ ଝାଡଖଣ୍ଡ ଓ ବିହାର ରାଜ୍ୟରୁ ୨୬ଜଣ ଶ୍ରମିକ ଏକମାସ ତଳେ ଯୋଡା ଅଂଚଳକୁ କାର୍ଯ୍ୟ କରିବା ପାଇଁ ଆସିଥିଲେ । ସେମାନେ ଜଣେ ଠିକାଦାରଙ୍କ ଅଧିନରେ ରାସ୍ତା କାର୍ଯ୍ୟରେ ନିୟୋଜିତ ଥିଲେ । ଲକଡାଉନ୍ ଯୋଗୁ ରାସ୍ତା କାର୍ଯ୍ୟ ବନ୍ଦ ହୋଇଯାଇଥିଲା । ସଂପୃକ୍ତ ଠିକାଦାର ସେମାନଙ୍କୁ ଘରକୁ ଚାଲି ଚାଲି ଯିବା ପାଇଁ କହିଥିବା ଏବଂ ଚାଲି ଚାଲି ଯୋଡାରୁ ଝାଡଖଣ୍ଡର ଗିରିିଡି ୩ଶହକିମି ଓ ବିହାରର ରହତାସ ୪ ଶହ କିମି ଦୂର ଘର ଅଭିମୁଖେ ବାହାରି ଥିବା ଶ୍ରମିକ ଜିତେନ୍ଦ୍ର କୁମାର ଓ ମଂଜ କୁମାର କହିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ସରକାରୀ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଯୋଡାର ଏପରି ଘଟଣା ପ୍ରଶାସନ ପାଖରେ ସୂଚନା ନଥିବା ବେଶ୍ ପରିତାପର ବିଷୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ